କନକ ବ୍ୟୁରୋ : ଋଷ ବିରୋଧରେ ଲଢିବେ ନାଟୋର ସମସ୍ତ ସଦସ୍ୟ ଦେଶ । 'ନାଟୋ' –ଅର୍ଥ ଆଣ୍ଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜସେନ୍ । ନାଟୋରେ ଆମେରିକା, କାନାଡା, ବ୍ରିଟେନ୍ ସମେତ ୩୦ ଟି ଦେଶ । ଯୁକ୍ରେନକୁ ନାଟୋରେ ସାମିଲ କରିବା ନେଇ ବିବାଦ ପରେ ଯୁଦ୍ଧ ଚାଲିଛି ।

Advertisment

ତେବେ ନାଟୋର ସଦସ୍ୟ ଦେଶ ହେବାକୁ ଚାହୁଁଛି ୟୁକ୍ରେନ୍ । 'ନାଟୋ' ଅର୍ଥ ଆଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ୍ । ଆମେରିକା ଓ ଅନ୍ୟ ପଶ୍ଚିମୀ ଦେଶର ମିଳିତ ସାମରିକ ମଞ୍ଚ ହେଉଛି 'ନାଟୋ' । ଆମେରିକା, କାନାଡା, ବ୍ରିଟେନ୍ ଓ ଫ୍ରାନ୍ସ ଭଳି ୩୦ ଟି ଦେଶର ସାମରିକ ସଙ୍ଗଠନ । ଋଷିଆ ଏସବୁ ଦେଶକୁ ନିଜର ଶତ୍ରୁ ରାଷ୍ଟ୍ର ବୋଲି ବିଚାର କରୁଛି । ତେଣୁ 'ନାଟୋ'ରେ ୟୁକ୍ରେନ୍ ସାମିଲ ହେବାକୁ ବିରୋଧ କରୁଛି ଋଷ । ପଡୋଶୀ ଦେଶ ନାଟୋରେ ସାମିଲ ହେଲେ ଋଷକୁ ବିପଦ ରହିଛି । ଇଷ୍ଟୋନିଆ ଓ ଲାଚଭିୟା ଭଳି ଋଷର ପଡୋଶୀ ଦେଶ ନାଟୋରେ ସାମିଲ ହୋଇସାରିଛନ୍ତି । ପୂର୍ବରୁ ଏମାନେ ସୋଭିଏତ୍ ସଙ୍ଘର ସଦସ୍ୟ ରାଷ୍ଟ୍ର ଥିଲେ ।

ତେବେ ଅତୀତରେ ସୋଭିଏତ୍ ସଙ୍ଘରେ ଥିବା ଦେଶକୁ ନିଜ ଆଡକୁ ନେବାକୁ ଚାହୁଁଛି ଆମେରିକା । ୟୁକ୍ରେନ୍ ନାଟୋରେ ସାମିଲ ହେଲେ ସଦସ୍ୟ ରାଷ୍ଟ୍ରଙ୍କ ସୁରକ୍ଷା ମିଳିବ । ଭବିଷ୍ୟତରେ ଋଷ କୌଣସି କାର୍ଯ୍ୟକଳାପ କଲେ ସହାୟତା ପାଇଁ ନାଟୋ ଦେଶ ପହଞ୍ଚି ଯିବେ । ଋଷିଆ କ୍ରାନ୍ତିର ନାୟକ ଭ୍ଲାଦିମିର୍ ଲେନିନ୍ କହିଥିଲେ ୟୁକ୍ରେନ୍ ଅଲଗା ହେବା ଅର୍ଥ ଋଷିଆର ମୁଣ୍ଡ ଚାଲିଯିବା । ତେଣୁ ୟୁକ୍ରେନକୁ ନିଜ ଶରୀରର ଅଙ୍ଗ ବୋଲି ବିଚାର କରି ନାଟୋରେ ମିଶିବାକୁ ଦେଇନାହିଁ ଋଷିଆ ।