କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହେବ ଶ୍ରୀମନ୍ଦିରରେ ନାଟମଣ୍ଡପ ମରାମତି କାମ । ଦିନ ଗୋଟାଏରୁ ନାଟମଣ୍ଡପ ମରାମତି କାମ ଆରମ୍ଭ ହୋଇ ସନ୍ଧ୍ୟା ୭ଟାରେ ସରିବ । ଭାରତୀୟ ପ୍ରତ୍ନତତ୍ତ୍ୱ୍ୱ ସର୍ବେକ୍ଷଣ ସଂସ୍ଥା, ଏଏସଆଇ ପକ୍ଷରୁ ଏହି ମରାମତି କାମ କରାଯିବ ।

ପୂର୍ବରୁ ନାଟମଣ୍ଡପର ଉପରି ଭାଗର ପଥର ଯୋଡ଼େଇ ଓ ସଫା କାମ କରାଯାଇଥିଲା । ଏବେ ୪ଟି ଷ୍ଟେନ ଲେସ୍ ଷ୍ଟିଲ ବିମ୍ ଲଗାଯିବ । ଏଥିପାଇଁ ଡିଜାଇନ ଚୂଡ଼ାନ୍ତ ହେବା ସହ ଅନୁମତି ମଧ୍ୟ ମିଳିସାରିଛି । ନାଟମଣ୍ଡପ ମୁଖ୍ୟ ବିମରେ ଫାଟ ଥିବାରୁ ଗରୁଡ଼ ସ୍ତମ୍ଭ ସମ୍ମୁଖ ଭାଗ ବିମ୍କୁ ଧରି ରଖିବା ଲାଗି ଷ୍ଟେନଲେସ ଷ୍ଟିଲର ସର୍ପୋଟ ଦିଆଯିବ । ନାଟମଣ୍ଡପ ମରାମତି କାମ ଏପ୍ରିଲ ଶେଷ ସୁଦ୍ଧା ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ସେପଟେ ମରାମତି କାମ ପାଇଁ ଯେଭଳି ଦର୍ଶନ ବ୍ୟବସ୍ଥା ବାଧାପ୍ରାପ୍ତ ହେବ ନାହିଁ, ସେଥିପାଇଁ ବ୍ୟବସ୍ଥା ହୋଇଛି । ଏଥିପାଇଁ ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଂଟ ହୋଇଛିି । ନିଷ୍ପତି ଅନୁସାରେ, ରାତି ୨ଟାରୁ ଶ୍ରୀମନ୍ଦିର ଦ୍ୱାର ଫିଟିବାକୁ ସ୍ଥିର ହୋଇଥିଲା । ତେବେ ରାତି ୩ଟା ୧୫ରୁ ଦ୍ୱାର ଖୋଲିଛି ।