କନକ ବ୍ୟୁରୋ: ଭିତରକନିକା ଜାତୀୟ ଉଦ୍ୟାନରେ ଭିଡ଼ ଜମାଇଲେଣି ବିଦେଶୀ ପକ୍ଷୀ । ରଙ୍ଗବେରଙ୍ଗର ହଜାର ହଜାର ସଂଖ୍ୟାରେ ବିଭିନ୍ନ ପ୍ରଜାତିର ବିଦେଶୀ ପକ୍ଷୀ ଜାତୀୟ ଉଦ୍ୟାନର ଆଭ୍ୟନ୍ତର ଅଂଚଳ ସହ ଗହୀରମଥା ଓ ବିଭିନ୍ନ ଜଳାଶୟ, ପାଣି ଜମି ରହୁଥିବା ସ୍ଥାନମାନଙ୍କରେ ଦେଖିବାକୁ ମିଳିଛି । ବିଶେଷକରି ପୁରୁଣା ସାତଭାୟାରେ ବହୁ ସଂଖ୍ୟାରେ ବିଦେଶୀ ପକ୍ଷୀଙ୍କ ସମାଗମ ହେଉଛନ୍ତିି । ଏପରିକି ଘଡ଼ିଆମାଳ ଗାଁ ନିକଟରେ ବହି ଯାଇଥିବା ପାଟ୍ଟଶାଳା ନଦୀର ଉଭୟ ପାଶ୍ୱର୍ରେ ବହୁ ସଂଖ୍ୟାରେ ଦୁବହଂସ ଦେଖିବାକୁ ମିଳିଛନ୍ତି । ଅଧିକ ଶୀତ ଓ ଖାଦ୍ୟ ଅଭାବରୁ ନିଜକୁ ରକ୍ଷା କରିବା ପାଇଁ ପକ୍ଷୀମାନେ ଦେଶାନ୍ତର ହୋଇଥାନ୍ତି । ହଜାର ହଜାର କିଲୋମିଟର ପଥ ଅତିକ୍ରମ କରି ଏଠାକୁ ଆସିଥାନ୍ତି । ଶୀତଋତୁର ଆରମ୍ଭରୁ ଏହି ପକ୍ଷୀମାନେ ଆସିବା ସହିତ ଗ୍ରୀଷ୍ମଋତୁର ଆରମ୍ଭରେ ଫେରିଯାଇଥାନ୍ତି । ବନବିଭାଗ ପକ୍ଷରୁ ସେମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ସୁରକ୍ଷାଦଳ ଗଠନ କରାଯାଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us