କନକ ବ୍ୟୁରୋ : କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ମୃତ ଟ୍ରେନି ଡାକ୍ତରଙ୍କ ସର୍ମ୍ପକୀୟଙ୍କୁ ଭେଟିଛି ସିବିଆଇ । ନିର୍ମମ ହତ୍ୟା ପଛରେ ଆରଜି କଲେଜର କିଛି ଇନଟର୍ଣ୍ଣ ଓ ଡାକ୍ତରଙ୍କ ହାତ ଥିବା ନେଇ ସନ୍ଦେହ ପ୍ରକାଶ କରିଛି ପରିବାର । ଅଭିଯୋଗକ୍ରମେ ୩୦ଜଣ ଡାକ୍ତରଙ୍କୁ ସିବିଆଇ ଜେରା କରିବାକୁ ତାଲିକା ପ୍ରକାଶ କରିଛି । ଅନ୍ୟପଟେ ସୁରକ୍ଷାକୁ ଗୁରୁତ୍ବ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ । ଯଦି କୌଣସି ଡାକ୍ତର,ନର୍ସ ବା ଚିକିତ୍ସାକ୍ଷେତ୍ରରେ କାର୍ୟ୍ୟରତ ବ୍ୟକ୍ତିଙ୍କୁ ଆକ୍ରମଣ କରାଯାଏ ତେବେ ୬ଘଂଟା ମଧ୍ୟରେ ଏଫଆଇଆର ରୁଜୁ କରାଯିବାକୁ ନିଦ୍ଦର୍ଦଶ ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ ଇଣ୍ଡିଆନ ମେଡିକାଲ ଆସୋସିଏସନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହସ୍ତକ୍ଷେପ ଲୋଡି ଚିଠି ଲେଖିବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ଆଇଏମଏ ଅଧ୍ୟକ୍ଷ ଡକ୍ଟର ଅଶୋକନ । ସେପଟେ ଆଜି ୨୪ଘଂଟିଆ ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ । ଫେଡେରେସନ ଅଫ ରେସିଡେଂଟ ଡାକ୍ତର ଆସୋସିଏସନ, ଇଣ୍ଡିଆନ ମେଡିକାଲ ଆସୋସିଏସନ, ଦିଲ୍ଲୀ ସରକାରୀ ମେଡିକାଲ କଲେଜ, ହସ୍ପିଟାଲ ରେସିଡେଂଟ ଡାକ୍ତର ଆସୋସିଏସନ ପ୍ରତିନିଧିମାନେ ସ୍ବାସ୍ଥ୍ୟମନ୍ତ୍ରାଳୟକୁ ଭେଟିଛନ୍ତି । ସେପଟେ ଧର୍ମଘଟ ବନ୍ଦ କରି କାମକୁ ଫେରିବାକୁ ଅପିଲ କରିଛି ସ୍ବାସ୍ଥ୍ୟମନ୍ତ୍ରାଳୟ । ସୁରକ୍ଷା ପାଇଁ କମିଟି ଗଠନ ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛି ।

Advertisment