କନକ ବ୍ୟୁରୋ: ଘୋଷଣା ହେଲା ୬୭ତମ ଜାତୀୟ ଚଳଚିତ୍ର ପୁରସ୍କାର । ‘ଛିଛୋରେ’ ଶ୍ରେଷ୍ଠ ଫିଲ୍ମ, ମଣିକର୍ଣ୍ଣିକା ପାଇଁ କଙ୍ଗନା ରଣାୱତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ମିଳିଛି । ଶ୍ରେଷ୍ଠ ଅଭିନେତା ଭାବେ ବିବେଚିତ ହୋଇଛନ୍ତି ମନୋଜ ବାଜପେୟୀ । ଭୋସଁଲେ ପାଇଁ ମନୋଜଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ସମ୍ମାନ ମିଳିଛି । ସେହିପରି ଧନୁଷଙ୍କୁ ତାମିଲ ଅସୁରନ ପାଇଁ ଶ୍ରେଷ୍ଠ ଅଭିନେତା ଚୟନ କରାଯାଇଛି ।
ତେବେ ଜାତୀୟ ପୁରସ୍କାର ଦୌଡରେ କିଛି କମ ନାହିଁ ଓଡିଆ ସିନେମା । ଜାତୀୟ ସ୍ତରରେ ଓଡିଆ ଫିଲ୍ମ ଶ୍ରେଷ୍ଠ ବିବେଚିତ ହୋଇଛି । ‘ଶ୍ରୀକ୍ଷେତ୍ରରୁ ସାହିଯାତ’ ଶ୍ରେଷ୍ଠ କଳା ଓ ସାଂସ୍କୃତି ଫିଲ୍ମ । ‘ଶଲା ବୁଢାର ବଦଲା’ ଓ ‘କାଲିର ଅତୀତ’ ଶ୍ରେଷ୍ଠ ଓଡିଆ ଫିଲ୍ମ ମନୋନିତ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/47.jpg)