କନକ ବ୍ୟୁରୋ: ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ଜାତୀୟ ସନ୍ତରଣ ପ୍ରତିଯୋଗିତା । ତୃତୀୟ ଥର ପାଇଁ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମରେ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହେବ । ଆଜିଠୁ ଅଗଷ୍ଟ ୧୧ ତାରିଖ ଯାଏ କଳିଙ୍ଗ ଷ୍ଟାଡିୟମର ଇଣ୍ଡୋର ଜଳକ୍ରୀଡ଼ା କେନ୍ଦ୍ରରେ ୪୦ତମ ସବ ଜୁନିୟମ ଓ ୫୦ତମ ଜୁନିୟର ସନ୍ତରଣ ପ୍ରତିଯୋଗୀତା ଆୟୋଜନ ହେବାକୁ ଯାଉଛି ।
ଏଥିରେ ଏକ ହଜାରରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । କେବଳ ଓଡ଼ିଶାରୁ ୩୯ ଜଣ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରୁଛନ୍ତି । ବାଳକ ବର୍ଗରେ ୨୧ ଜଣ ଓ ବାଳିକା ବର୍ଗରେ ୧୮ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି । ଓଡିଶାର ବାଳିକା ବର୍ଗରେ କ୍ରୀଡ଼ାବିତ୍ ମନ୍ନତ ମିଶ୍ର, ଅଂଶିକା ସାହୁ, ଧାନବୀ ଭୌମିକ୍ ଏବଂ ବାଳକ ବର୍ଗରେ ଅରିତ୍ରୋ ମଲ୍ଲିକ ଓ ଜଗଜିତ ପ୍ରଧାନଙ୍କ ଠାରୁ ମେଡାଲ ଜିତିବାର ଆଶା ରହିଛି।