କନକ ବ୍ୟୁରୋ : କ୍ରୀଡା କ୍ଷେତ୍ରରେ ଭାରତ ଅନେକ ସୁନାମ ଅର୍ଜନ କରିବାରେ ଲାଗିଛି । ଏବେ ଏବେ ଚାଲିଥିବା କମନୱେଲଥ ଗେମ୍ସରେ ଭାରତୀୟ ଖେଳାଳୀମାନଙ୍କ ପ୍ରଦର୍ଶନ ଆମକୁ ଗର୍ବିତ କରୁଥିବା ବେଳେ ଜଣେ ଜାତୀୟ ସ୍ତରର ଖେଳାଳୀଙ୍କ କାରନାମା ଆପଣଙ୍କୁ ଚକିତ କରିଦେବ ।

Advertisment

ମଧ୍ୟପ୍ରଦେଶର ଇନ୍ଦୋରରେ ରହୁଥିବା ଜାତୀୟ ସୁଟିଂ ପ୍ଲେୟାର ସପନା ସୋନବନେ ଏବେ ଚର୍ଚ୍ଚାରେ ରହିଛନ୍ତି । ଏହି ଚର୍ଚ୍ଚା ଖେଳପାଇଁ ନୁହେଁ ବରଂ ଟଙ୍କା ଲୁଟ୍ ପାଇଁ । ସେ ପାଖାପାଖି ୩୦ ଲକ୍ଷରୁ ଅଧିକ ଟଙ୍କା ଲୁଟ କରି ଫେରାର ହୋଇଯାଇଥିବା କଥା ଏବେ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ସପନା ନିଜ କୋଚ ଓ କିଛି ବ୍ୟବସାୟୀଙ୍କ ଠାରୁ ଏହି ଟଙ୍କା ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି ।

୩୦ ବର୍ଷିୟା ସପନା ଗହଣା ବଜାରରେ ଟଙ୍କା ବିନିଯୋଗ କରି ଅଧିକ ଲାଭ ଦେବାର ଲୋଭ ଦେଖାଇ ନିଜ କୋଚ ଓ କିଛି ବ୍ୟବସାୟୀଙ୍କ ଠାରୁ ଏହି ଟଙ୍କା ଲୁଟ କରିଥିବା କଥା କୁହାଯାଉଛି । ଏହି ଘଟଣା ୩ ବର୍ଷ ତଳର । ହେଲେ ଏପର୍ଯ୍ୟନ୍ତ ଯେତେବେଳେ ସପନା ଲୋକଙ୍କ ଟଙ୍କା ନଫେରାଲେ ସେତେବେଳେ ଏହି କଥା ସାମନାକୁ ଆସିଛି । ଏହି ଠକାମୀରେ ଶିକାର ହୋଇଥିବା ଲୋକମାନଙ୍କ ମଧ୍ୟରେ ଜଣେ ପୋଲିସ କର୍ମଚାରୀଙ୍କ ପୁଅ ଅଛନ୍ତି । ଏନେଇ ଥାନାରେ ଅଭିଯୋଗ ହେବା ପରେ ବୁଧବାର ଦିନ ମାମଲା ରୁଜୁ ହୋଇଛି ।

ସୂଚନା ମୁତାବକ ଏହି ଜାତୀୟ ଖେଳାଳୀ ଜଣଙ୍କ ଇନ୍ଦୋରର କଶୋଲ ବାଗ ସୋସାଇଟରେ ରହିଥାନ୍ତି । ୩ ବର୍ଷ ତଳେ ସେ କିଛି ବ୍ୟବସାୟୀ ଓ ନିଜ କୋଚଙ୍କ ଠାରୁ ଗହଣା ମାର୍କେଟରେ ବିନିଯୋଗ କରିବା ନାମରେ ପାଖାପାଖି ୩୦ ଲକ୍ଷ ଟଙ୍କା ନେଇଥିଲେ । ସପନା ନିବେଶକଙ୍କୁ କହିଥିଲେ କି ଆପଣମାନଙ୍କୁ ବ୍ୟାଙ୍କ ଠାରୁ ବହୁ ଅଧିକ ଲାଭ ମିଳିବ । ହେଲେ ଟଙ୍କା ନେବା ପରେ ସପନା କେଉଁଆଡେ ଫେରାର ହୋଇଯାଇଥିଲେ ।