ହରିଆଣା ମାନେସରରେ ଏନଏସଜିର ସ୍ଥାପନା ଦିବସ ପାଳିତ । କମାଣ୍ଡୋଙ୍କ ରଣକୌଶଳ ଦେଖି ଦର୍ଶକ ଚକିତ

120

କନକ ବ୍ୟୁରୋ: ହରିଆଣା ମାନେସରରେ ପାଳିତ ହୋଇଛି ରାଷ୍ଟ୍ରିୟ ସୁରକ୍ଷା ଗାର୍ଡ(ଏନଏସଜି)ର ସ୍ଥାପନା ଦିବସ । ଏହି ଅବସରରେ କମାଣ୍ଡୋମାନେ ଚିତାକର୍ଷକ କୌଶଳ ଦେଖାଇଥିଲେ ।’ବ୍ଲାକ କ୍ୟାଟ୍’ ନାମରେ ଜଣା ଏନଏସଜି ଉଭୟ ଜଳ , ସ୍ଥଳ ଓ ଆକାଶ ପଥରେ ଆତଙ୍କବାଦୀଙ୍କୁ ନିପାତ କରିବାରେ ଆଗୁସାର । ଆଜି ପ୍ରତିଷ୍ଠା ଦିବସ ଅବସରରେ ନିଜ କ୍ଷମତା ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକଙ୍କୁ ଚକିତ କରିଛନ୍ତି ଏହାର ଯବାନ ।

କହିରଖୁଁ ଯେ, ଆତଙ୍କବାଦୀଙ୍କ ଠାରୁ ଦେଶକୁ ସୁରକ୍ଷିତ ରଖିବାକୁ ଏକ ସଂଘୀୟ ଶକ୍ତି । ଏହା ଏପରି ଏକ ଶକ୍ତି ଯାହା ଆପାତକାଳୀନ ସ୍ଥିତିର ମୁକାବିଲା ପାଇଁ ସବୁବେଳେ ସଜ୍ଜିତ । ତେଣୁ କୌଣସି ଅସାଧାରଣ ପରିସ୍ଥିତିରେ ଏନଏସଜି ଏକ ବିରାଟ ବିକଳ୍ପ । ଆତଙ୍କବାଦୀ ଆକ୍ରମଣ, ଅପହରଣ, ବନ୍ଧକ ଘଟଣା ପରି ଗୁରୁତ୍ୱପୂର୍ଣ୍ଣ ସ୍ଥିତିକୁ ସମ୍ଭାଳିବାକୁ ଏହାର ଯବାନ ସମ୍ପୂର୍ଣ୍ଣ ଭାବେ ପ୍ରଶିକ୍ଷଣ ଗ୍ରହଣ କରିଥାନ୍ତି । କହିବାକୁ ଗଲେ ଏହା ଦେଶର ସବୁଠୁ ଶକ୍ତିଶାଳୀ ଷ୍ଟ୍ରାଇକ୍ ଫୋର୍ସ ୟୁନିଟ୍ ।