କନକ ବ୍ୟୁରୋ : ବୈଦିକ ଇଣ୍ଟରନ୍ୟାସନାଲ ସ୍କୁଲ, ପାଵପାଲି, ଶାସନ,ସମ୍ବଲପୁରରେ ଭାରତ ସରକାରଙ୍କ ଦକ୍ଷତା ଓ ବିକାଶ ମନ୍ତ୍ରାଳୟର ସଂସ୍ଥା ଜାତୀୟ ଦକ୍ଷତା ବିକାଶ କେନ୍ଦ୍ର ଦ୍ୱାରା ରୋବୋଟିକ ଲ୍ୟାବର ଶୁଭ ଉଦଘାଟନ ହୋଇଯାଇଛି ଓଏହି ସମାରୋହରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଏହାର ଶୁଭ ଉଦଘାଟନ କରିଥିଲେ ଓ ଆଜିର ଦିନରେ ଓ ଭବିଷ୍ୟତରେ ଯେଉଁ ଟେକ୍ନୋଲୋଜିର ବ୍ୟବହାର ହେଉଛି ଓ ହେବ ଆମେ କିପରି ଅତି ସହଜରେ କରିପାରିବା ତାହା ଏହି ରୋବଟ ମାନଙ୍କ ଦ୍ୱାରା ସମ୍ଭବ ବୋଲି ତଥା ଆଗାମୀ ୨୫ ବର୍ଷରେ ବିକଶିତ ଭାରତରେ ଟେକ୍ନୋଲୋଜିକୁ ନେଇ କିପରି ଅଗ୍ରଗତି କରିବା ସେ ବିଷୟରେ କହିଥିଲେ ଓ ଆମ ରାଜ୍ୟ ତଥା ଆମ ଜିଲ୍ଲା ସମ୍ବଲପୁର ମଧ୍ୟ ଏହି ଦିଗରେ କିପରି ଆଗକୁ ଯାଇ ବିକଶିତ ଭାରତ ନିର୍ମାଣରେ ସହଯୋଗ କରିବ ଓ ସେଥିପାଇଁ ଭାରତ ସରକାରଙ୍କ ତରଫରୁ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ଓ ଶ୍ରୀ ପ୍ରଧାନ ଜାତୀୟ ଦକ୍ଷତା ବିକାଶ କେନ୍ଦ୍ରର ମୁଖ୍ୟ ଶ୍ରୀଯୁକ୍ତ ବେଦ ମଣି ତିୱାରୀଙ୍କୁ ବୈଦିକ ଇଣ୍ଟରନେସନାଲ ସ୍କୁଲକୁ ଦକ୍ଷତା ଓ ବିକାଶର ହବ ବନାଇବା ପାଇଁ ଓ ସମ୍ବଲପୁର ସହ ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ଯେମିତି ଏଠାକୁ ଆସି ଦକ୍ଷତା ବିଷୟରେ ଜ୍ଞାନ ଆରୋହଣ କରିପାରିବେ ସେ ବିଷୟରେ ମଧ୍ୟ କହିଥିଲେ ଓ ଶେଷରେ ଶ୍ରୀ ପ୍ରଧାନ ଆଗାମୀ ଦିନରେ ସମ୍ବଲପୁରରେ ମଧ୍ୟ ସେମିକଣ୍ଡକ୍ଟରର କାରଖାନା ଓ ହବ ହେବା ଓ ମା ସମଲେଇଙ୍କ ମାଟିରେ ସବୁକିଛି ସମ୍ଭବ ବୋଲି କହିଥିଲେ ଓ ଆଜିର ଏହି ଶୁଭ ଉଦଘାଟନରେ ଜାତୀୟ ଦକ୍ଷତା ବିକାଶ କେନ୍ଦ୍ରର ମୁଖ୍ୟ ଶ୍ରୀଯୁକ୍ତ ବେଦ ମଣି ତିୱାରୀ,ମୁଖ୍ୟ ସଚିବ ଶ୍ରୀଯୁକ୍ତ ଅତୁଳ ଜୀ , ମାନ୍ୟବର ଶ୍ରୀଯୁକ୍ତ ନାଉରି ନାୟକ ରେଙ୍ଗାଲି ବିଧାୟକଙ୍କ ସହ ବୈଦିକ୍ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ ର ଚେୟାରମେନ୍ ଶ୍ରୀ ଆନନ୍ଦ ଅଗ୍ରୱାଲ,ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବ୍ରତ କୁମାର ଷଡ଼ଙ୍ଗୀ , ଡିନ ପାର୍ଥ ମୁଖାର୍ଜୀ ଓ ସମସ୍ତ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକଶିକ୍ଷୟତ୍ରୀଗଣ ଉପସ୍ଥିତ ରହିଥିଲେ ଓ
ବୈଦିକ ଇଣ୍ଟରନ୍ୟାସନାଲ ସ୍କୁଲରେ ଜାତୀୟ ରୋବୋଟିକ ଲ୍ୟାବ ଉଦଘାଟନ । ମୁଖ୍ୟ ଅତିଥି ଭାବେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
/kanak/media/post_attachments/wp-content/uploads/2024/02/Untitled-1-19.jpg)