ଅବମାନନା ମାମଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟକୁ କ୍ଷମା ପ୍ରାର୍ଥନା କରିଛନ୍ତି । ରାହୁଲ ଗାନ୍ଧୀ କୋର୍ଟକୁ ବିନା ସର୍ତ୍ତରେ କ୍ଷମା ମାଗିଛନ୍ତି । ଚୌକିଦାର ଚୋର୍ ହେ ବୟାନରେ ରାହୁଲ୍ ତୃତୀୟ ଥର କ୍ଷମା ମାଗିଛନ୍ତି । ଏହା ପୂର୍ବରୁ ଦୁଇଥର ରାହୁଲ ଗାନ୍ଧୀ ଏହାକୁ ନେଇ କେବଳ ଦୁଃଖ ପ୍ରକାଶ କରିଥିଲେ କିନ୍ତୁ ଏଥର କୋର୍ଟକୁ କ୍ଷମା ମାଗି ଏହି ମାମଲାକୁ ଶେଷ କରିବାକୁ ସେ କୋର୍ଟକୁ ଅପିଲ୍ କରିଛନ୍ତି । ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ “ଚୌକିଦାର ଚୋର୍ ହେ”ଭଳି ଅପମାନଜନକ ଟିପ୍ପଣୀ କରିଥିଲେ ।/kanak/media/post_attachments/wp-content/uploads/2019/05/LEAD_RAHUL-GANDHI_158724_730x419-m-300x172.jpg)
ଏହାପରେ ସୁପ୍ରିମକୋର୍ଟ ଏହାକୁ ଭୁଲ୍ କହି ଏପ୍ରିଲ୍ ୩୦ ତାରିଖରେ ରାହୁଲ ଗାନ୍ଧୀଙ୍କ ଏହି ଟିପ୍ପଣୀରେ କ୍ଷମା ପ୍ରାର୍ଥନା କରିବାକୁ ଅନ୍ତିମ ସମୟ ଦେଇଥିଲେ । କଂଗ୍ରେସ ଅଧ୍ୟକ୍ଷ ନିଜ ଓକିଲ ମାଧ୍ୟମରେ ଏହା ସ୍ୱୀକାର କରିଥିଲେ ଯେ ସେ ଏହି ଟିପ୍ପଣୀକୁ ଭୁଲ୍ ବଶତଃ ଶୀର୍ଷ ଅଦାଲତ ସାମ୍ନାରେ କହି ଭୁଲ୍ କରିଛନ୍ତି । ସୁପ୍ରିମକୋର୍ଟ ରାହୁଲଙ୍କ ଏହି ଟିପ୍ପଣୀ ଉପରେ ପ୍ରଥମେ ଦୁଃଖ ପ୍ରକାଶ କରୁଥିବା କଥା କହିଥିବା ବେଳେ ପରେ ଏଭଳି କଥା କହିନଥିବା କଥା ସେ ସ୍ୱୀକାର କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/05/1681c781dfa24b08a2b711b68f4c2120.jpg)