ସାମ୍ବାଦିକଙ୍କୁ ସମ୍ମାନ... ଜାତୀୟ ଗଣମାଧ୍ୟମ ଦିବସ ଉପଲକ୍ଷେ ଜୟ ଓଡିଶା ସଙ୍ଗଠନ ପକ୍ଷରୁ ସାମ୍ବାଦିକଙ୍କୁ ସମ୍ମାନ

Advertisment
ସାମ୍ବାଦିକଙ୍କୁ ସମ୍ମାନ... ଜାତୀୟ ଗଣମାଧ୍ୟମ ଦିବସ ଉପଲକ୍ଷେ ଜୟ ଓଡିଶା ସଙ୍ଗଠନ ପକ୍ଷରୁ ସାମ୍ବାଦିକଙ୍କୁ ସମ୍ମାନ

କନକ ବ୍ୟୁରୋ: ଜାତୀୟ ଗଣମାଧ୍ୟମ ଦିବସ ଉପଲକ୍ଷେ ଜୟ ଓଡିଶା ସଙ୍ଗଠନ ପକ୍ଷରୁ ବିଭିନ୍ନ ବୈଦ୍ୟୁତିକ ଓ ମୁଦ୍ରିତ ଗଣମାଧ୍ୟମର ସାମ୍ବାଦିକ ଓ କ୍ୟାମେରାମ୍ୟାନ ମାନଙ୍କ ସହ ସେମାନଙ୍କ ପରିବାର ସଦସ୍ୟଙ୍କୁ ସମ୍ବର୍ଧିତ କରାଯାଇଛି । ସମ୍ବାଦିକତାରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବାଦିକଙ୍କୁ ଏବଂ ସାମ୍ବାଦିକତା ପ୍ରତି ନିଜ ପିଲାଙ୍କୁ ପ୍ରୋତ୍ସାହିତ କରିଥିବାରୁ ସେମାନଙ୍କ ପରିବାର ଲୋକଙ୍କୁ ସମ୍ବର୍ଦ୍ଧିତ କରିଛି ଜୟ ଓଡିଶା । ଏହି ସମ୍ବର୍ଦ୍ଧନା ଉତ୍ସବରେ କନକ ନ୍ୟୁଜ୍ ପ୍ରତିନିଧି ସୋମ୍ୟଜିତ ସିହ୍ନା,ସୌଭାଗ୍ୟ ପରିଡା, ଲକ୍ଷ୍ମୀନାରାୟଣ କାନୁନଗୋ, ସତ୍ୟଜିତ ସେଣ,ପରେଶ ନାୟକ, ପ୍ରଦୀପ ପରିଡ଼ାଙ୍କ ସହ କ୍ୟାମେରାମ୍ୟାନ ପ୍ରଭାତ ଦାଶଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

publive-image

ଭୁବନେଶ୍ୱର ସ୍ଥିତ ଶହିଦ ନଗର ଦୁର୍ଗା ଦୁର୍ଗାମଣ୍ଡପରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା । ମୁଖ୍ୟ ଅତିଥିଭାବେ ବିଜୁ ଯୁବ ବାହୀନୀ ଅଧକ୍ଷ୍ୟ ତଥା ଜୟ ଓଡିଶା ମେଂଟର ଅରୁପ ପଟ୍ଟନାୟକଙ୍କ ସହ ମୁଖ୍ୟ ଉପଦେଷ୍ଟା ଜଗନ୍ନାଥ ମହାପାତ୍ର, ଉମାନାଥ ମିଶ୍ର, ନାରାୟଣ ମହାପାତ୍ର, ସତ୍ୟଜିତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଜୟ ଓଡିଶା ସଭାପତି ରୁଦ୍ର ନାରାୟଣ ସାମନ୍ତରାୟ ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ସହ ଉକ୍ତ ସମ୍ବର୍ଦ୍ଧନା ଉତ୍ସବର ସଭାପତିତ୍ୱ କରିଥିଲେ ।

publive-image

ସେପଟେ, ନଭେମ୍ବର ୨୧ରୁ ମିଡିଆ ମହାକୁମ୍ଭ ତିନି ଦିନ ଧରି ହେବାକୁ ଯାଉଥିବା ଗଣମାଧ୍ୟମ ମହାସମ୍ମିଳନୀର ତୃତୀୟ ସଂସ୍କରଣ କିଟ ବିଶ୍ୱବିଦ୍ୟାଳୟ ପରିସରରେ ହେବାକୁ ଯାଉଛି । ଆଇଏମଏସ୍ ଓ ଉକଳ ବିଶ୍ୱବିଦ୍ୟାଳୟ ଦ୍ୱାରା ଏହି ମହାସମ୍ମିଳନୀ ଆୟୋଜନ କରାଯାଉଥିବା ବେଳେ ,ଏଥିରେ ସାରା ଦେଶରୁ ୮୦୦ଶହରୁ ଅଧିକ ଗବେଷକ,ବିଶେଷଗଂ ,ଶିକ୍ଷ୍ୟାବିତ ଓ ଛାତ୍ରଛାତ୍ରୀ ମାନେ ଯୋଗ ଦେବେ ।ତିନି ଦିନ ଧରି ଆୟୋଜିତ ହେବାକୁ ଯାଉଥିବା ଏହି ମିଡିଆ ମହାକୁମ୍ଭରେ ୧୦୦ରୁ ଉର୍ଦ୍ଦ ଗବେଷଣାତ୍ମକ ସଂର୍ନ୍ଦଭ ପାଠ ହେବାର କାଯ୍ୟକ୍ରମ ରହିଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମୀଳନିରେ ଆଇ.ଏମ.ଏସର ର୍ନିର୍ଦ୍ଦେଶକ ପ୍ରଫେସର ଊପେନ୍ଦ୍ର ପାଢୀ ସୂଚନା ଦେଈଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe