କନକ ବ୍ୟୁରୋ: ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ଜାତୀୟ ରାଜନୀତି ପୁଣିଥିରେ ସରଗମର ହୋଇଛି । ଏହି ରିପୋର୍ଟକୁ ଭିତିକରି ଗତକାଲି କେନ୍ଦ୍ର ସରକାର ବିଶେଷ କୀରି ପ୍ରଧାନମନ୍ତ୍ରୀଙ୍କୁ ତ୍ରୀବ ସମାଲୋଚନା କରିଥିଲେ । ଏହରର ଜବାବରେ ବିଜେପି ଆଜି ପାଲଟା ଆକ୍ରମଣ କରି ରାହୁଲ ଗାନ୍ଧୀଙ୍କ ଯୋଗୁଁ ହିଁ ସେୟାରମାର୍କେଟରେ ଅସ୍ଥିରତା ସୃଷ୍ଟି ହେଉଥିବା ଅଭିଯୋଗ କରିଛି । ସତରେ କ’ଣ ରାହୁଲ ଗାନ୍ଧୀଙ୍କ ଏହି ବୟାନ ସେୟାର ମାର୍କେଟରେ ଅସ୍ଥିରତା ଆଣିଛି?ଏହାର ଦ୍ୱାରା କ’ଣ ସାଧାରଣ ଲୋକ ସେୟାର ବଜାରରେ ନିବେଶରୁ ମୁହଁ ଫେରାଇବେ? ଯଦି ବିଜେପି ଓ କିଛି ବିଶେଷଜ୍ଞ ଅଭିଯୋଗକୁ ଗ୍ରହଣ କରାଯାଏ ତେବେ ଏହା ସତ ।

Advertisment

ମାତ୍ର ରାହୁଲ ଗାନ୍ଧୀଙ୍କ ବୟାନ ଆଜି ସେୟାରବଜାରକୁ ଏତେଟା ପ୍ରଭାବିତ କରିପାରିନି । ଆଜି ମାର୍କେଟ ଖୋଲିବା ସମୟରେ ସେନସେକ୍ସ ଓ ନିଫଟି କିଛି ମାତ୍ରାରେ ପ୍ରଭାବିତ ହୋଇଥିଲେ ମାତ୍ର ପରେ ଏହା ଭଲ ପ୍ରଦର୍ଶନ କରିଥିଲା । ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଓ ଅନ୍ୟ ରାଜନୈତିକ ଦଳ ହିଣ୍ଡେନବର୍ଗ ରିପୋର୍ଟ ଓ ସେବି ମୁଖ୍ୟ ମାଧବୀ ବୁଚଙ୍କ ସର୍ମ୍ପକିତ ଖବର ଉପରେ ଯୁଗ୍ମ ସଂସଦୀୟ କମିଟି ଦ୍ୱାରା ତଦନ୍ତ ପାଇଁ ଦାବି କରିଛନ୍ତି

ଅନ୍ୟପକ୍ଷରେ ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ଆଦାନୀ ଗ୍ରୁପ ବହୁ ସେୟାର ପ୍ରଭାବିତ ହୋଇଛି । ଅଦାନି ଏଂଟରପ୍ରାଇଜର ସେୟାର ୩.୦୯% ପ୍ରତିଶତ ଓ ଅଦାନି ଏନର୍ଜିର ସେୟାର ୧୭% କମରେ କାରବାର କରିଛି । ସେହିପରି ଅଦାନି ଗ୍ରୁପର ଅନ୍ୟ ସେୟାରଗୁଡିକ ମଧ୍ୟରେ ଅଦାନି ପାୱାର, ଅଦାନି ଗ୍ରୀନ ଏନର୍ଜି ଓ ଅଦାନି ଟୋଟାଲ ଗ୍ୟାସ ଯଥାକ୍ରମେ ୪.୯୮%, ୬.୯୬% ଓ ୫.୫୭% ହ୍ରାସ ପାଇଛି । ଏଥିସହ ଅଦାନି ଗ୍ରୁପର ଏନଡିଟିଭି ସେୟାର ମଧ୍ୟ ୧୧% କମରେ କାରବାର ଶେଷ କରିଛି ।