ଜାତୀୟ ପୋଲିସ ସେବା ସର୍ଭେ ରିପୋର୍ଟ: ସବୁଠୁ ପଛରେ ବିହାର, ଉତ୍ତରପ୍ରଦେଶ, ପଞ୍ଚମରେ ଓଡିଶା ।

260

କନକ ବ୍ୟୁରୋ: ପ୍ରକାଶ ପାଇଛି ଦେଶର ପୋଲିସ୍ ସେବାକୁ ନେଇସର୍ଭେ ରିପୋର୍ଟ । ଏଥିରେ ବିହାର ଓ ଉତ୍ତରପ୍ରଦେଶ ଭଳି ରାଜ୍ୟର ସ୍ଥିତି ଅତି ନୈରରାଶ୍ୟ ଜନକ ବୋଲି ରିପୋର୍ଟରେ ଦର୍ଶାଯାଇଛି । ଅନ୍ୟପଟେ ଏହି କ୍ଷେତ୍ରରେ ଦକ୍ଷିଣ ରାଜ୍ୟ ଗୁଡିକରେ ପୋଲସର ପ୍ରଦର୍ଶନ ଭଲ ରହିଛି ବୋଲି ଇଣ୍ଡିଆନ୍ ପୋଲିସ ଫାଉଣ୍ଡେସନ୍ ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି ।

ପୋଲିସ ସେବା ଯୋଗାଇ ଦେବା ଲକ୍ଷ୍ୟରେ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରୁଥିବାବେଳେ ଏସବୁକୁ ନେଇ ‘ଆଇପିଏଫ ସ୍ମାର୍ଟ ପୋଲିସ ଇଣ୍ଡେକ୍ସ-୨୦୨୧’ସୂଚକାଙ୍କ ପ୍ରସ୍ତୁତ କରାଯାଇଥିଲା । ତେବେ ଏହି ସୂଚକାଙ୍କରେ ଦେଶର ଦକ୍ଷିଣ ରାଜ୍ୟ ସମୂହକୁ ଏବଂ ଉତ୍ତରପୂର୍ବ ରାଜ୍ୟ ମାନଙ୍କ ମଧ୍ୟରୁ ଅଧିକାଂଶ ରାଜ୍ୟରେ ପୋଲିସର ସେବାର ସ୍ଥିତି ଦେଶର ଅନ୍ୟ ଭାଗ ତୁଳନାରେ ଭଲ ରହିଛି ବୋଲି ଏହି ରିପୋର୍ଟରେ କୁହାଯାଇଛି ।ଆନ୍ଧ୍ରପ୍ରଦେଶ ,ତେଲେଙ୍ଗାନା, କେରଳ , ସିକିମ, ଓ ଆମାସ ଆଦି ରରାଜ୍ୟ ଏହି ସର୍ଭେ ରିପୋର୍ଟ ବା ସୂଚକାଙ୍କରେ ସବୁଠୁ ଆଗରେ ଥିବାବେଳେ ବିହାର , ଉତ୍ତରପ୍ରଦେଶ , ଛତିଶଗଡ, ଝାରଖଣ୍ଡ ଓ ପଂଜାବଆଦି ରାଜ୍ୟର ସ୍ଥାନ ଏହି ରିପୋର୍ଟରେ ସବୁଠୁ ନିମ୍ନରେ ରହିଛି ।

ତେବେ ପୋଲିସ ସେବାକୁ ନେଇ ଜାତୀୟ ସ୍ତରରେ ହାରାହାରୀ ସନ୍ତୁଷ୍ଟି ୬୯ ପ୍ରତିଶତ ରହିଥିବା ରିପୋର୍ଟରେ ଦର୍ଶାଯାଇଛି । ଏଥିରେ ଓଡିଶାର ସ୍ଥାନ ୫ମ ସ୍ଥାନରେ ରହିଛି । ପୋଲିସ ସେବାର ପ୍ରମୁଖ ୧୦ଟି ମାନଦଣ୍ଡକୁ ନେଇ ପ୍ରସ୍ତୁତ ହୋଇଛି ଏହି ରିପୋର୍ଟ ।