ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆକ୍ରମଣ ଧମକ ! ମହିଳାଙ୍କ ବେଶରେ ଆତଙ୍କବାଦୀମାନେ କରିପାରନ୍ତି ଆକ୍ରମଣ

37

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦି ନିଜର ମଧ୍ୟପ୍ରଦେଶ ଗସ୍ତ କରିବା ପୂର୍ବରୁ ମୋଦିଙ୍କୁ ଆକ୍ରମଣ କରାଯିବା ପାଇଁ ଯୋଜନା ହେଉଛି ବୋଲି ସୂଚନା ମିଳିଛି । ତେବେ ଏପରି ତଥ୍ୟ ପ୍ରକାଶ ପାଇବା ପରେ ମୋଦିଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀମାନେ ସଜାଗ ହୋଇଥିବା ସୂଚନା ଜଣାପଡିଛି । ତେବେ ଆତଙ୍କବାଦୀ ମହିଳାଙ୍କ ବେଶରେ ମୋଦିଙ୍କ ପ୍ୟାଣ୍ଡଲରେ ପ୍ରବେଶ କରିପାରନ୍ତି । ଏହା ଜଣାପଡିବା ପରେ ସେଠାକାର ସ୍ଥାନୀୟ ପୋଲିସ ଓ ସୁରକ୍ଷା କର୍ମୀମାନେ ମୋଦି ପ୍ୟାଣ୍ଡଲର ତନଖି କରୁଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ମୋଦି ଇନ୍ଦୋରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ । ତେବେ ମୋଦି ପହଚିଂବା ପୂର୍ବରୁ ସ୍ପେଶାଳ ପ୍ରୋଟେକସନ ଗ୍ରୁଫ(ଏସପିଜି) ନିଜର ହେପାଜତକୁ ନେଇଛନ୍ତି । ଆତଙ୍କବାଦୀ ଆକ୍ରମଣର ଖବର ପାଇବା ପରେ ଏପରି ଭାବରେ ଯାଞ୍ଚ କରାଯାଉଥିବା ଜଣାପଡିଛି । ସ୍ଥାନୀୟ ଏଡିଜି ଓ ଏସପିଜିର ବରିଷ୍ଠ ଅଧିକାରୀମାନେ ସେଠାରେ ପହଚିଂବା ସହ ମୋଦିଙ୍କ ସୁରକ୍ଷା ପାଇଁ ସମସ୍ତ ପ୍ରକାର ଯାଞ୍ଚ କରିଛନ୍ତି । ବିନା ପ୍ରମାଣପତ୍ରରେ କୈାଣସି ବ୍ୟକ୍ତିଙ୍କୁ ମୋଦିଙ୍କ ପ୍ୟାଣ୍ଡଲ ପାଖକୁ ଛଡା ଯିବ ନାହିଁ ।

 

 ସେଠାକୁ ଆସିବାକୁ ଥିବା ସମସ୍ତ ଜନସାଧାରଣମାନଙ୍କୁ ତନଖି କରାଯିବ ବୋଲି ଜଣାପଡିଛି । ତେବେ ଏହି ସଭାରେ ୬୦ ପ୍ରତିଶତ ମହିଳା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହାସହ ୨୦୦ ମହିଳା ସ୍ୱଚ୍ଛାସେବୀ ଯୋଗ ଦେବାର ରହିଛି । ଏହାସହ ମହିଳାମାନଙ୍କ ପାଇଁ ଅଧିକ ସଂଖ୍ୟକ ଯୋଗ ଦେଉଥିବାରୁ ମହିଳା ପୋଲିସ ଅଧିକ ସଂଖ୍ୟାରେ ଯୋଗ ଦେବେ ବୋଲି ଜଣାପଡିଛି । ପୋଲିସ ସେଠାରେ ମେଣ୍ଟାଲ ଡିଟେକଟର ମଧ୍ୟ ଅଧିକ ପରିମାଣରେ ଲଗାଯାଇଛି । ସନ୍ଧାନୀ କୁକୁର ମଧ୍ୟ ପଡିଆର ଅନୁସନ୍ଧାନ କରୁଥିବା ସୂଚନା ମିଳିଛି । ପୋଲିସ ଏଡିଜି ଅଜୟ କୁମାର ଶର୍ମା କହିଛନ୍ତି ଯେ, ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସାରା ପଡିଆ ପୋଲିସ ନଜରରେ ରହିବେ । ତେବେ ଆକ୍ରମଣର ସୂଚନା ମିଳିବା ପରେ ଅଧିକ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି । ତେବେ ମୋଦିଙ୍କର କାର୍ଯ୍ୟକ୍ରମ କିପରି ଭଲରେ ସମାପନ ହେବ ବୋଲି ଶ୍ରୀ ଶର୍ମା କହିଛନ୍ତି ।