କନକ ବ୍ୟୁରୋ : ପାରାଅଲିମ୍ପିକ କମିଟି ଅଫ ଇଣ୍ଡିଆ, ଭାରତୀୟ ବ୍ୟାଡମିଣ୍ଟନ ସଂଘ ଆନୁକୁଲ୍ୟରେ ଓଡ଼ିଶା ପାରା ଅଲିମ୍ପିକ୍ସ ପକ୍ଷରୁ ଚତୁର୍ଥ ଜାତୀୟ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆରମ୍ଭ ହୋଇଛି । ରେଳବାଇ ଇନ୍ଦୋର ଷ୍ଟାଡିୟମରେ ଏହା ଆରମ୍ଭ ହୋଇଛି । ୩ ଦିନିଆ ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୫୦୦ ଖେଳାଳି ଭାଗ ନେଇଛନ୍ତି ।

Advertisment

 ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ସହିତ କେସି ମେମୋରିଆଲ ଟ୍ରଷ୍ଟ ଓ ଉଡ଼ାନ୍ ବ୍ୟାଡମିଣ୍ଟନ  ଏକାଡେମୀ ମଧ୍ୟ ସହଯୋଗ କରୁଛନ୍ତି । ସେପଟେ ଟୋକିଓ ପାରା ଅଲିମ୍ପିକ୍ସରେ ପଦକ ହାସଲ କରିଥିବା ବ୍ୟାଡମିଂଟନ ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏହି ଅବସରରେ ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ, କ୍ରୀଷ୍ଣା ନାଗର, କାଂସ୍ୟ ପଦକ ବିଜେତା ମନୋଜ ସରକାରଙ୍କ ସହ ଅଲିମ୍ପିଆନ ତରୁଣ ଢିଲୋନ, ପାରୁଲ ପରମାର, ପଳକ କୋହଲି ଓ ଅର୍ଜୁନ ପୁରସ୍କାର ବିଜେତା ରାଜକୁମାରଙ୍କୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ  । ଭାରତୀୟ ପାରା ଅଲିମ୍ପିକ କମିଟିର ସଭାପତି ଦୀପା ମଲ୍ଲିକ, ଭାରତୀୟ ପାରା ବ୍ୟାଡମିଂଟନ ସଂଘର ଅଧ୍ୟକ୍ଷ ପ୍ରଭାକର ରାଓଙ୍କ ସମେତ ବ୍ୟାଡମିଂଟନ କୋଚ ଶିବ ପ୍ରସାଦଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି  ।