ବିମାନ ଯାତ୍ରୀମାନଙ୍କ ପାଇଁ ଖୁସି ଖବର । ଏଣିକି ବିମାନ ଯାତ୍ରା ସମୟରେ ରହିବ ନାହିଁ ବୋର୍ଡିଂ ପାସର ଟେନସନ ! ନିଜର ଚେହେରା ମାଧ୍ୟମରେ ଯାତ୍ରୀ କରିପାରିବେ ବୋର୍ଡିଂ ପାସ !

30

କନକ ବ୍ୟୁରୋ: ଉଡାଜାହାଜରେ ଯାତ୍ରା କଲାବେଳେ ଯାତ୍ରୀମାନଙ୍କୁ ନିଜନିଜର ବୋର୍ଡିଂ ପାସ କରିବା ପାଇଁ ଲମ୍ବା ଲାଇନରେ ଛିଡା ହେବାପାଇଁ ପଡିଥାଏ । ତେବେ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ଯାତ୍ରୀମାନଙ୍କୁ ଏପରି ଅସୁବିଧାରୁ ମୁକ୍ତି ଦେବା ପାଇଁ କେନ୍ଦ୍ର ସରକାର ନୂଆ ଯୋଜନା କରିବାକୁ ଯାଉଛନ୍ତି । ତେବେ ପ୍ରଥମେ ବେଙ୍ଗାଲୁରୁ ସହରରେ ଆପଣଙ୍କ ମୁହଁ ହିଁ ଆପଣଙ୍କର ବୋର୍ଡିଂପାସ ହେବ ବୋଲି ସୂଚନା ମିଳିଛି । ତେବେ ଦେଶରେ ଖୁବଶୀଘ୍ର ଏପରି ବ୍ୟବସ୍ଥା ପ୍ରଚଳିତ ହେବାକୁ ଯାଉଛି । ତେବେ ଏହାରି ମାଧ୍ୟମରେ ନିଜ ଚେହେରା ଦେଖାଇ ବିମାନଯାତ୍ରୀମାନେ ନିଜ ମୁହଁ ଦେଖାଇ ବୋର୍ଡିଂ ପାସ କରାଇପାରିବେ । ତେବେ ପ୍ରଥମେ ଏପରି ବ୍ୟବସ୍ଥା ବାଙ୍ଗାଲୁରୁ ସହରରେ ଆରମ୍ଭ ହେବାକୁ ଯାଉଛି । ତେବେ ଏହା ଦ୍ୱାରା ଚେହେରାର ବାୟୋମ୍ୟାଟ୍ରିକ୍ସ ହୋଇପାରିବ ବୋଲି ଜଣାପଡିଛି । ଏହା ହେବାପରେ ଯାତ୍ରୀମାନଙ୍କୁ ଅଯଥାରେ ବୋର୍ଡିଂପାସ କରାଇବାପାଇଁ ଅନେକର ସମୟ ଲାଇନରେ ରହିବା ପାଇଁ ପଡିବ ନାହିଁ ବୋଲି ଜଣାପଡିଛି ।

 

ବିଆଇଏଏଲ ନିଜର ଏକ ଟୁଇଟରେ ସୂଚନା ଦେଇଛି କି ବର୍ତ୍ତମାନ ସମୟରେ ଆପଣଙ୍କ ଚେହେରା ହିଁ ଆପଣଙ୍କ ବୋର୍ଡିଂ ପାସ । ତେବେ ଏହା ବାଙ୍ଗାଲୋରରେ ପ୍ରଥମ କରି ଆରମ୍ଭ ହେବାକୁ ଯାଉଥିବାରୁ ବିମାନବନ୍ଦର କର୍ତ୍ତୃପକ୍ଷ ବେଶ ଖୁଲି ଥିବା ଜଣାପଡିଛି । କେବଳ ଏତିକି ନୁହେଁ ଏଥିପାଇଁ ବିଦେଶ କମ୍ପାନୀଙ୍କ ସହ ଚୁକ୍ଚି ମଧ୍ୟ ହୋଇଥିବା ସୂଚନା ମିଳିଛି । ତେବେ ଏହା ପର୍ତୁଗାଲର ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଏକ ଚୁକ୍ତି ସ୍ୱାକ୍ଷାରିତ କରାଯାଇଛି । ଏହାସହ ବିମାନବନ୍ଦର କତୃପକ୍ଷ ସୂଚନା ଦେଇ କହିଛନ୍ତି ଯେ, ଏପରି ବ୍ୟବସ୍ଥା କରାଯାଇଥିବାରୁ ଲୋକମାନେ ମଧ୍ୟ ଖୁସି ହେବେ । କାରଣ ଲୋକମାନେ ପୂର୍ବରୁ ଅନେକ ସମୟ ଲାଇନରେ ଛିଡା ହେଉଥିଲେ । ଏହା କରିବା ଦ୍ୱାରା ଲୋକମାନେ ଲାଇନଠାରୁ ଛିଡା ହେବାରୁ ବଚିଂତ ହେବେ । ଏହା ଆଗାମୀ ୨୦୧୯ ମସିହା ପ୍ରାରମ୍ଭରୁ ହିଁ ଆରମ୍ଭ ହେବ । ତେବେ ପୂର୍ବରୁ ୨୦୧୧ ମସିହାରେ ଭାରତୀୟ ରେଳମନ୍ତ୍ରଣାଳୟ କହିଥିଲା ଯେ, ଯେଉଁ ସମୟରେ ଯାତ୍ରୀମାନେ ରେଳରେ ଯା÷ତ୍ରା କରୁଛନ୍ତି ସେମାନଙ୍କୁ ନିଜ ପାଖରେ କାଉଣ୍ଟର ଟିକଟ ରଖିବା ଆବଶ୍ୟକ ନାହିଁ । ମୋବାଇଲ ଏସଏମଏସରେ ସେ ଟିକଟ ରଖିପାରିବେ ।

 

ଏହାପରେ ବିମାନମଧ୍ୟ ଲୋକମାନଙ୍କର ସୁବିଧା ପାଇଁ ଏପରି କରୁଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଆମେରିକା, ବ୍ରିଟେନ, କାନାଡା, ଅଷ୍ଟ୍ରେଲିଆ, ସଂଜୁକ୍ତ ଆରବ ଆମେରିକା, ଜାପାନ, ଚୀନ, ଜମାର୍ନୀ, ଋଷ, ଆୟରଲ୍ୟାଣ୍ଡ, ସ୍କଙ୍କଲ୍ୟାଣ୍ଡ, ସ୍ୱିଜରଲ୍ୟାଣ୍ଡ, ଫ୍ରାନ୍ସ, ନ୍ୟୁଜିଲ୍ୟାଣ୍ଡ, ଫିନଲ୍ୟାଣ୍ଡ, ହଙ୍ଗକଙ୍କ, ସିଙ୍ଗାପୁର, ନେଦରଲ୍ୟାଣ୍ଡ, ରେମାନିୟା, କତାର ଓ ପନାମା ଭଳି ଦେଶରେ ଏପରି ସୁବିଧା ଉପଲବ୍ଧ ରହିଛି । ମିଳିଥିବା ସୂଚନା ଅନୁସାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିତାମ୍ବରମ ମଧ୍ୟ ଏପରି ଯୋଜନା ପ୍ରଥମେ ଚେନ୍ନାଇରେ ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ତେବେ ଭାରତରେ ପ୍ରତ୍ୟେକ ବର୍ଷ ୨୦ ରୁ ୨୫ ପ୍ରତିଶତ ବିମାନଯାତ୍ରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେଣୁ ଏପରି ଯୋଜନା ଆରମ୍ଭ ହେଲେ ଲୋକମାନେ ନିଶ୍ଚୟ ସୁବିଧା ପାଇବେ ବୋଲି ଜଣାପଡିଛି ।