ଭାରତରେ ୫କୋଟି ଲୋକ ଏହି ରୋଗରେ ହୋଇଛନ୍ତି ପୀଡିତ ! ଜାଣନ୍ତୁ ଏହି ସାଙ୍ଘାତିକ ରୋଗ ସମ୍ପର୍କରେ ।

122

ଡ୍ରିପେସନ କିମ୍ବା ବିଷାଦ କିଭଳି ଲୋକମାନଙ୍କର ଜୀବନରେ ଭାରି ପଡୁଛି, ତାହା ତେଲୁଗୁ ନ୍ୟୁଜ ଆଙ୍କର ରାଧିକା ରେଡ୍ଡିଙ୍କ ଆତ୍ମହତ୍ୟାରୁ ସ୍ପଷ୍ଟ ଅନପମାନ କରାଯାଇପାରେ । ନିଜ ସୁଇସାଇଡ ନୋଟରେ ନିଜକୁ ଡ୍ରିପେସନର ଶିକାର ହୋଇଥିବା ଦର୍ଶାଇଥିଲେ ରାଧିକା । ତେବେ ଦୁନିଆର ୩୨ କୋଟି ବିଷାଦଗ୍ରସ୍ତ ଲୋକମାନଙ୍କ ମଧ୍ୟରେ ୫କୋଟିରୁ ଅଧିକ ଲୋକ ଭାରତର ଅଟନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡ୍ରିପେସନକୁ ଏକ ରୋଗ ବୋଲି ସ୍ୱୀକାର କରିଛନ୍ତି । ଯାହାକୁ ଅନ୍ୟ ରୋଗ ଭଳି ସଚେତନ ହେବାର ଆବଶ୍ୟକତା ରହିଛି । ଏହି ରୋଗ ସମ୍ବନ୍ଧରେ ଆଲୋଚନା କରିବା ଉଚିତ ଏବଂ ନିରାକରଣ ମଧ୍ୟ କରାଯିବା ଉଚିତ । ପ୍ରତିବର୍ଷ ଏପ୍ରିଲ ୭ତାରିଖରେ ପାଳନ କରାଯାଉଥିବା ବିଶ୍ୱ ସ୍ୱାସ୍ଥ୍ୟ ଦିବସର ଗତବର୍ଷର ଥିମ୍ ମଧ୍ୟ ଡ୍ରିପେସନ ଉପରେ ଆଧାରିତ ଥିଲା ।

ଦେଶରେ ଗମ୍ଭୀର ସ୍ଥିତି :
ରାଷ୍ଟ୍ରୀୟ ମାନସିକ ସ୍ୱାସ୍ଥ୍ୟ ସର୍ଭେ ୨୦୧୫-୧୬ ଅନୁସାରେ ଦେଶରେ ୧୫ କୋଟିରୁ ଅଧିକ ଲୋକ ବିଭିନ୍ନ ମାନସିକ ରୋଗ ସହ ସଂଘର୍ଷ କରୁଛନ୍ତି । ସେମାନଙ୍କୁ ଚିକିତ୍ସା ଏବଂ ଯତ୍ନର ଆବଶ୍ୟକତା ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ବିଷାଦ ଏବଂ ବ୍ୟଗ୍ରତା ସହ ଯୋଡି ହୋଇଥିବା ରୋଗ ମାମଲାରେ ଦକ୍ଷିଣ ପୂର୍ବ ଏସିଆରେ ଭାରତ ଶୀର୍ଷରେ ରହିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ଏହା ଏମିତି ଏକ ରୋଗ ଯେଉଁଥିରେ ଜଣେ ବ୍ୟକ୍ତି କ୍ରମାଗତ ଭାବେ ନିରାଶ କିମ୍ବା ଉଦାସ ରହିଥାଏ । ଏବଂ ସେହି ଗତିବିଧି ଉପରେ ରୁଚି ହରାଇଥାଏ ଯେଉଁଥିରେ ତାକୁ ସାଧାରଣରେ ଆନନ୍ଦ ମିଳୁଥିଲା । ବିଷାଦ ଗ୍ରସ୍ତ ଲୋକମାନେ ସାଧାରଣତଃ ଚିନ୍ତିତ, ଅଶାନ୍ତ, ଆଳସ୍ୟ ମନୋଭାବ ପ୍ରତିପୋଷଣ କରିଥାନ୍ତି । କୌଣସି ଏକ ଜିନିଷରେ ସେମାନେ ନିଜ ଧ୍ୟାନ କେନ୍ଦ୍ରିତ କରିପାରିନଥାନ୍ତି । ସେମାନଙ୍କର ଦୈନନ୍ଦିନ ଜୀବନରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଥାଏ । ନିଜକୁ କ୍ଷତି ପହଞ୍ଚାଇବା ଏପରିକି ଆତ୍ମହତ୍ୟା ଉଦ୍ୟମ ବିଷୟରେ ଭାବିବାକୁ ମଧ୍ୟ ପଛାଇନଥାନ୍ତି ।

ନିଜ ଲୋକଙ୍କ ସହ କଥା ହୁଅନ୍ତୁ :

ପରିବାର ସଦସ୍ୟ କିମ୍ବା ବନ୍ଧୁବାନ୍ଧବଙ୍କ ସହ କଥା ହେଲେ ବିଷାଦ ସହ ଲଢିବାର ସାହାଯ୍ୟ ମିଳିପାରିବ । ଏଣ୍ଟିଡିପ୍ରେସେଣ୍ଟ ଔଷଧର ବ୍ୟବହାର ଗମ୍ଭୀର ବିଷାଦ ପରିସ୍ଥିତିରେ ହିଁ ବ୍ୟବହାର କରାଯିବା ଉଚିତ ।

ସମାଜରେ ପରିବର୍ତ୍ତନ ଆସିବା ଜରୁରୀ :

ବିଷାଦ ବାବଦରେ ସଠିକ ସୂଚନାର ଅଭାବ ପାଇଁ ଅଧିକାଂଶ ଲୋକ ଏହାକୁ ଅସାମାନ୍ୟ ବୋଲି ମାନି ନେଇଥାନ୍ତି । ଏବଂ ଏହା ହି କାରଣ ହେଉଛି ଯେ, ବିଷାଦଗ୍ରସ୍ତ ଲୋକ ଅସାମାନ୍ୟ କୁହାଯିବା ଡରରେ କାହାକୁ ନିଜର ଅସୁବିଧା ସମ୍ପର୍କରେ କହିପାରନଥାନ୍ତି ।ଗରିବ ଏବଂ ମଧ୍ୟମ ରୋଜଗାର ଦେଶରେ ମାନସିକ ରୋଗରେ ଗ୍ରସ୍ତ ଥିବା ୭୬ ରୁ ୮୫ ପ୍ରତିଶତ ଲୋକମାନଙ୍କର ଚିକିତ୍ସା ହୋଇପାରିନଥାଏ । ବିଷାଦ କିମ୍ବା ଅନ୍ୟ ମାନସିକ ରୋଗ ଗୁଡିକ ପ୍ରତି ସମାଜକୁ ନିଜର ଦୃଷ୍ଟି ଶୈଳୀରେ ପରିବର୍ତ୍ତନ କରିବା ଜରୁରୀ ଅଟେ ।

କାରଣ ଚିହ୍ନଟ :
ମାନସିକ ରୋଗରୁ ମୁକ୍ତି ପାଇଁ ପ୍ରଥମେ ଏହାର କାରଣ ଗୁଡିକୁ ଜାଣିବାର ଆବଶ୍ୟକତା ରହିଛି । ପାରିବାରିକ ଲଢେଇ ଝଗଡା, ଆର୍ଥିକ ସଙ୍କଟ, ମାନସିକ କିମ୍ବା ଶାରୀରିକ ନିର୍ଯ୍ୟାତନା, କାମର ଅତ୍ୟଧିକ ବୋଝ ପରି ଅନେକ କାରଣ ବିଷାଦର ଜନ୍ମ ଦେଇପାରେ ।