ଏହି ସବୁ ଖାଦ୍ୟ ଖାଆନ୍ତୁ… ଆଣ୍ଠୁଗଣ୍ଠି ସମସ୍ୟାରୁ ମୁକ୍ତି ପାଆନ୍ତୁ

355

କନକ ବ୍ୟୁରୋ : ଆଜିକାଲି ବ୍ୟସ୍ତବହୁଳ ଜୀବନରେ କେବଳ ବୟସ୍କ ଲୋକେ ନୁହଁନ୍ତି ଯୁବପୀଢି ମଧ୍ୟ ଆଣ୍ଠୁଗଣ୍ଠି ସମସ୍ୟା ଭୋଗୁଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ଶରୀରକୁ ଉଚିତ୍ ପ୍ରୋଟିନ୍ ନପହଞ୍ଚିବା । ଶରୀରରେ ଉଚିତ୍ ପ୍ରୋଟିନ୍ ପହଞ୍ଚାଇବା ପାଇଁ ପୃଷ୍ଟିକର ଖାଦ୍ୟ ଖାଇବା ନିହାତି ଜରୁରୀ ହୋଇଥାଏ । କିନ୍ତୁ ଆଜିକାଲି ଲୋକେ ପୃଷ୍ଟିକର ଖାଦ୍ୟ ଖାଇବା ବଦଳରେ ଜଙ୍କ୍ ଫୁଡ୍ ବା ଅତ୍ୟଧିକ ମସଲା ଜାତୀୟ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି । ଯାହା ଫଳରେ ଶରୀରକୁ ଆବଶ୍ୟକ ପରିମାଣର ପ୍ରୋଟିନ୍ ମିଳିପାରିନଥାଏ । ଆଉ ଏହି କାରଣରୁ ଶରୀରରେ ଅନ୍ୟାନ୍ୟ ସମସ୍ୟା ସହ ଆଣ୍ଠୁଗଣ୍ଠି ସମସ୍ୟା ଏବଂ ହାଡ ଦୁର୍ବଳ ଭଳି ସମସ୍ୟାରେ ଘାଣ୍ଟି ହେଉଛନ୍ତି ଲୋକେ । ଯଦି ଆପଣ ଏଥିରୁ ବର୍ତ୍ତିବାକୁ ଚାହୁଁଛନ୍ତି ଏବଂ ନିଜକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ନିୟମିତ ଏହି ସବୁ ଖାଦ୍ୟ ଖାଇବାକୁ ପଡିବ ।
ଭିଟାମିନ୍ ‘ଡି’ ଆମ ହାଡ ମଜଭୁତ କରିବାରେ ବଡ ଭୂମୀକା ଗ୍ରହଣ କରିଥାଏ । ଯେପରିକି ଆମେ ଜାଣିଛେ ସୂର୍ଯ୍ୟଙ୍କ କିରଣରୁ ଆମ ଶରୀରକୁ ଭିଟାମିନ୍ ଡି’ ମିଳିଥାଏ । କିନ୍ତୁ ଏହା ଶରୀର ପାଇଁ ଯଥେଷ୍ଟ ହୋଇନଥାଏ । ତେଣୁ ହାଡକୁ ମଜଭୁତ କରିବା ପାଇଁ ଭିଟାମିନ୍ ଡି’ ଜାତିୟ ଖାଦ୍ୟ ଖାଇବା ଜରୁରୀ ଅଟେ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଖାଦ୍ୟରୁ ଆମକୁ ଭିଟାମିନ୍ ଡି’ ମିଳିଥାଏ ।
ଅଣ୍ଡା : ଅଣ୍ଡାରୁ ପୋଷକ ତତ୍ୱ ଭରପୁର ମାତ୍ରାରେ ମିଳିଥାଏ । ଏଥିରେ ପ୍ରୋଟିନ୍, କ୍ୟାଲସିୟମ୍, ଅନେକ ପ୍ରକାରର ମିନେରାଲ୍ ରହିଥାଏ । ତେଣୁ ଅଣ୍ଡାକୁ ଆପଣ ସକାଳ ଭୋଜନ ବା ଜଳଖିଆରେ ସାମିଲ କରିପାରିବେ ।
ଦହି : ଦହିରେ ପ୍ରଚୁର ମାତ୍ରାରେ ଭିଟାମିନ୍ ଡି’ ରହିତାଏ । ଏଥିରେ ୮୧ ପ୍ରତିଶତ ପାଣି ରହିଥାଏ, ଯାହା ପାଚନକ୍ରିୟାରେ ସହାୟକ ହୋଇଥାଏ । ତେଣୁ ଦହିକୁ ଡାଅଟ୍ ପ୍ଲାନରେ ନିହାତି ସାମିଲ କରିବା ଆବଶ୍ୟକ
କ୍ଷୀର : ପିଲାଟି ଦିନରୁ ସମସ୍ତେ କ୍ଷୀର ପିଇବା ପାଇଁ ପରାମର୍ଶ ଦେଇଥାନ୍ତି । କାରଣ କ୍ଷୀରରେ କ୍ୟାଲସିୟମ୍ ଏବଂ ଭିଟାମିନ୍ ଡି’ ଭରପୁର ମାତ୍ରାରେ ମିଳିଥାଏ । ଯଦି ଆପଣ କ୍ଷୀର ପିଉନାହାନ୍ତି, ତେବେ ଏବେଠାରୁ କ୍ଷୀର ପିଇବା ଆରମ୍ଭ କରିଦିଅନ୍ତୁ । ଠିକ୍ ସେହିପରି ଛତୁ, ପାଳଙ୍ଗ ସାଗ, ପନିର୍ ଏବଂ ସୋୟାବିନରେ ପ୍ରଚୁର ପରିମାଣରେ କ୍ୟାଲସିୟମ୍ ସହ ଭିଟାମିନ୍ ଡି’ ରହିଥାଏ ଯାହା ଆମ ଶରୀର ହାଡକୁ ମଜଭୁତ କରିଥାଏ । ଆଉ ଆଣ୍ଠୁ ଗଣ୍ଠି ସମସ୍ୟାକୁ ଦୂର କରିଥାଏ ।