ଘୁଂଚି ଘୁଂଚି ଯାଉଛି ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ । ଆସନ୍ତାକାଲି କେନ୍ଦ୍ର ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣୀ । ସେପଟେ ଖାରଜ ହେଲା ବିନୟର ପିଟିସନ

404

କନକ ବ୍ୟୁରୋ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ବିନୟ ଶର୍ମାହ ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ କରିଦେଇଛନ୍ତି । ଗତ ମଙ୍ଗଳବାର ରାଜକ୍ଷମା ଖାରଜର ନ୍ୟାୟିକ ସମୀକ୍ଷା ପାଇଁ ବିନୟର ଓକିଲ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଯାହାର ଆଜି ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ସେପଟେ, ଘୁଚିଂ ଘୁଚିଂ ଯାଉଛି ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ । ଆସନ୍ତାକାଲି କେନ୍ଦ୍ର ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣୀ ହେବ । ଅଲଗା ଅଲଗା ଫାଶୀ ଦେବା ନେଇ ଆବେଦନ ଉପରେ କାଲି ଶୁଣାଣୀ ହେବ । କାଲି ସୁଦ୍ଧା ଦୋଷୀଙ୍କୁ ସମସ୍ତ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସେପଟେ ଆଜି ଆସିପାରେ ନୂଆ ଡେଥ ୱାରେଂଟ । ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଆଜି ଫାଶୀ ଦଣ୍ଡ କାର୍ଯ୍ୟକାରୀ ନେଇ ନୂଆ ତାରିଖ ଘୋଷଣା କରିପାରନ୍ତି । ନିର୍ଭୟାଙ୍କ ମାତା ପିତା ଓ ଦିଲ୍ଲୀ ସରକାର ୪ ଦୋଷୀଙ୍କ ବିରୋଧରେ ନୂଆ ଡେଥ ୱାରେଂଟ ଜାରି କରିବା ପାଇଁ ପଟିଆଲା ହାଉସ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।

ଗତକାଲି ନୂଆ ଡେଥ ୱାରେଂଟ ଜାରି ଆବେଦନ ଉପରେ କୋର୍ଟରେ ଶୁଣାଣି ହୋଇଥିଲା । ତେବେ ଦୋଷୀଙ୍କ ଓକିଲ କୋର୍ଟରେ ତଥ୍ୟ ନରଖିବାରୁ ଏହି ମାମଲାର ଶୁଣାଣୀ ଆଜିଯାଏଁ ଘୁଂଚାଇଦେଇଛନ୍ତି ଖଣ୍ଡପୀଠ । ଦୋଷୀଙ୍କ ଓକିଲ ଆଜି ତଥ୍ୟ ରଖିଲେ ମାମଲାର ଶୁଣାଣୀ ହେବ । ଏହାପୂର୍ବରୁ ଫେବୃୟାରୀ ୭ ତାରିଖରେ ପଟିଆଲା ହାଉସକୋର୍ଟ ତିହାର ଜେଲ ପ୍ରଶାସନର ଆବେଦନକୁ ଖାରଜ କରିଦେଇଥିଲେ । ଯେଉଁଥିରେ ୪ ଦୋଷୀଙ୍କ ପାଇଁ ନୂଆ ଡେଥ ୱାରେଂଟ ଜାରି ପାଇଁ ଆବେଦନ କରାଯାଇଥିଲେ ।