କନକ ବ୍ୟୁରୋ: ଭାରତ ସରକାରଙ୍କର ଜାତୀୟ ଏମଏସଏମଇ ପ୍ରତିଷ୍ଠାନ ଓ ଏଏସବିଏମ ବିଶ୍ଵବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ଏଏସବିଏମ ବିଶ୍ଵବିଦ୍ୟାଳୟର ସେଣ୍ଟ୍ରାଲ ଅଡିଟରିଅମରେ ଜାତୀୟ ଏମଏସଏମଇ ପ୍ରତିଷ୍ଠାନର ମହାନିର୍ଦ୍ଦେଶକ ଡକ୍ଟର ଗ୍ଲୋରୀ ସ୍ୱରୂପା ଓ ଏଏସବିଏମ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାତା ତଥା କୁଳାଧକ୍ଷ ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଚୁକ୍ତିପତ୍ର ବିନିମୟ କରିଥିଲେ।
ଏହି ବୁଝାମଣା ଅନୁଯାୟୀ ଆଗାମୀ ଶିକ୍ଷା ବର୍ଷରୁ ଏଏସବିଏମ୍ ବିଶ୍ଵବିଦ୍ୟାଳୟ ଦୁଇ ବର୍ଷିଆ ଏମବିଏ ଏମଏସଏମ ଇ-ମ୍ୟାନେଜମେଣ୍ଟ ପାଠ୍ୟକ୍ରମ ଜାତୀୟ ଏମଏସଏମଇ ପ୍ରତିଷ୍ଠାନର ମିଳିତ ଉଦ୍ୟମରେ ଆରମ୍ଭ କରିବ।
ପ୍ରକାଶ ଥାଉ କି ଏହା ଦେଶରେ ପ୍ରଥମ ଏମଏସଏମଇ ମ୍ୟାନେଜମେଣ୍ଟରେ ପ୍ରଥମ ପାଠ୍ୟକ୍ରମ। ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନେ ଏଏସବିଏମ୍ ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ଅଧ୍ୟୟନ କରିବା ସଙ୍ଗେ ଦ୍ୱିତୀୟ ବର୍ଷ ଜାତୀୟ ଏମଏସଏମଇ ପ୍ରତିଷ୍ଠାନ ହାଇଦ୍ରାବାଦରେ ଅଧ୍ୟୟନ କରିବେ।
ଏହି ଅବସରରେ ଡକ୍ଟର ସ୍ୱରୂପା ଏଏସବିଏମର ଅନ୍ତର୍ଜାତିକ ଗୁଣବତ୍ତାକୁ ପ୍ରଶଂସା କରି କହିଲେ ଯେ ଏହି ପାଠ୍ୟକ୍ରମ ଦ୍ଵାରା ଏମଏସଏମଇ ଅଭିବୃଦ୍ଧି ଓ ଷ୍ଟାର୍ଟଅପର ବିକାଶ ହୋଇପାରିବ ଯାହା ଭାରତ ସରକାରଙ୍କର ଏକ ମୁଖ୍ୟ ଆଭିମୁଖ୍ୟ। ପ୍ରଫେସର ପଟ୍ଟନାୟକ କହିଲେ ଯେ ଭାରତ ସରକାରଙ୍କର ଏମଏସଏମଇ ପ୍ରତିଷ୍ଠାନର ମିଳିତ ଉଦ୍ୟମରେ ଏହି ଏମବିଏ ପାଠ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କୁ ଉଦ୍ୟୋଗୀ ହେବାରେ ସାହାଯ୍ୟ କରିବା ସହ ଏମଏସଏମଇର ପ୍ରାବନ୍ଧିକ ପରିଚାଳନା କ୍ଷେତ୍ରରେ କର୍ମ ନିଯୁକ୍ତି ସୃଷ୍ଟି କରିବ।
ଏହି କାର୍ୟ୍ୟକ୍ରମରେ କୁଳପତି ପ୍ରଫେସର ମହାଦେବ ସ୍ବାଗତ ଭାଷଣ ଦେବା ସହ ଉପ କୁଳପତି ପ୍ରଫେସର ଫଲ୍ଗୁ ନିରଞ୍ଜନା ଅତିଥି ପରିଚୟ କରାଇଥିଲେ। ବିଜିନେସ ସ୍କୁଲର ଡିନ ପ୍ରଫେସର ମନ୍ମଥ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଶ୍ଵବିଦ୍ୟାଳୟର ଭାଇସ ପ୍ରେସିଡେଣ୍ଟ ପ୍ରଫେସର କଲ୍ୟାଣ ଶଙ୍କର ରାୟ, ଡିନମାନେ, ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀମାନଙ୍କ ସହ ଆମନ୍ତ୍ରିତ ଅତିଥି ଉପସ୍ଥିତ ଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/WhatsApp-Image-2022-12-01-at-5.09.05-PM.jpeg)