କନକ ବ୍ୟୁରୋ: ସାଧାରଣ ଲୋକଙ୍କ ପାଇଁ ଖୁସି ଖବର । କମିଲା ଅତ୍ୟାବଶ୍ୟକ ଔଷଧର ଦାମ । ୬୫୧ଟି ଜରୁରୀ ଔଷଧର ଦାମକୁ ଏପ୍ରିଲ ମାସରୁ କମାଇ ଦିଆଯାଇଛି । ସରକାର ଏହି ଔଷଧମାନଙ୍କର ଦାମ ଧାର୍ଯ୍ୟ କରିଦେଇଛନ୍ତି । ବର୍ତ୍ତମାନ ଏହି ଔଷଧ ଗୁଡିକର ଦାମ ୬.୭୩ ପ୍ରତିଶତ କମାଇ ଦିଆଯାଇଛି ।

Advertisment

ଦେଶରେ ମେଡିସିନ୍ ଦର ଧାର୍ଯ୍ୟ କରୁଥିବା ବୋର୍ଡ ଟ୍ୱିଟ୍ କରି ଏହି ସୂଚନା ଦେଇଛି । ସୂଚନା ମୁତାବକ, ୮୭୦ଟି ମେଡିସିନ୍ ମଧ୍ୟରୁ ୬୫୧ଟି ମେଡିସିନର ଦାମକୁ କମାଇ ଦିଆଯାଇଛି । ଏନପିପିଏର କହିବା ମୁତାବକ, ପୂର୍ବରୁ ଏହି ମେଡିସିନର ଦାମ ୧୬.୬୨ ପ୍ରତିଶତ କମାଇ ଦିଆଯାଇଥିଲା । ଏହାପରେ ଆବଶ୍ୟକୀୟ ମେଡିସିନର ଦାମ ୧୨.୧୨ ପ୍ରତିଶତ ବଢିବ ବୋଲି କୁହାଯାଉଥିଲା । ହେଲେ ଏପ୍ରିଲ ୧ ତାରିଖରୁ ଏହି ମେଡିସିନର ଦାମ ୬.୭୩ ପ୍ରତିଶତ କମାଇ ଦିଆଯାଇଛି ।

ଦେଶରେ ଜରୁରୀ ମେଡିସିନର ଦାମ କମ୍ ହେବା ଦ୍ୱାରା ଏହାର ପ୍ରଭାବ ସାଧାରଣ ଉପଭୋକ୍ତାଙ୍କ ଉପରେ ପଡିବ । ଯଦି ପୂର୍ବ ଦାମ କଥା କହିବା, ତେବେ ଗତବର୍ଷ ମଧ୍ୟ ଏହି ଦାମ ବୃଦ୍ଧି ପାଇଥିଲା । ହେଲେ ଚଳିତ ବର୍ଷ ଏହି ଜରୁରୀ ଔଷଧର ଦାମ କମ୍ ହୋଇଛି ।