କନକ ବ୍ୟୁରୋ: ମମତା ଭୋଇ । ୯୦ଦଶକ ଓ ପରବର୍ତ୍ତୀ ସମୟରେ ସନ୍ତରଣରେ ସାରାଦେଶରେ ନାଁ କମାଇଥିଲେ । ରାଜ୍ୟସ୍ତରୀୟ ପ୍ରତିଯୋଗିତାଠାରୁ ଆରମ୍ଭ କରି ଜାତୀୟସ୍ତରର ଅନେକ ପ୍ରତିଯୋଗିତାରେ ଭାଗ ନେଇ ମମତା ରାଜ୍ୟ ପାଇଁ ମେଡଲା ପରେ ମେଡାଲ ଆଣିଥିଲେ । ଗୋଆ, ମୁମ୍ବାଇ, ବେଙ୍ଗାଲୁର, କଲିକତା ଭଳି ସ୍ଥାନରେ ଆୟୋଜିତ ଜାତୀୟସ୍ତରର ଚାମ୍ପିଆନସିପରେ ଭାଗ ନେଇ ଓଡିଶା ପାଇଁ ପଦକ ଜିତିଥିଲେ । ସେତେବେଳେ ତାଙ୍କୁ ସରକାରୀ ଚାକିରୀ ଦେବାକୁ ପୁଳା ପୁଳା ପ୍ରତିଶ୍ରୁତି ମିଳିଥିଲା । ହେଲେ ପରେ ପ୍ରତିଶ୍ରୁତିକୁ ଭୁଲି ଯାଇଥିଲା ପ୍ରଶାସନ ।
ସମୟ ବଦଳିବା ସହ ବଦଳି ଯାଇଥିଲା ମମତାଙ୍ଗ ଭାଗ୍ୟ । ଭଲ ପାଇ ଯାହାକୁ ବାହାହୋଇଥିଲେ ସେ ଛାଡି ଚାଲିଯିବା ପରେ ତାଙ୍କ ଜୀବନରେ ଘୋଟି ଆସିଥିଲା କଳାବାଦଲ । ଆର୍ଥିକ ଅନଟନ ଭିତରେ ଅଖିଆ ଅପିଆ ଏହି ଭଙ୍ଗା ଦଦରା ଘରେ ଅତି ଦୟନୀୟ ଅବସ୍ଥାରେ କଟୁଛି ତାଙ୍କ ଦିନ । ସ୍ଥିତି ଅସହ୍ୟା ହେଉଥିବାରୁ ଜିଲ୍ଲାପ୍ରଶାସନକୁ ଭେଟି ସହାୟତା ପାଇଁ ଗୁହାରି କରିଛନ୍ତିି ମମତା । ଅନ୍ୟପଟେ ମମତାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ସ୍ଥାନୀୟ ସମାଜସେବୀ ।