‘ଓଡ଼ିଆ ପିଲାଙ୍କୁ ସଂରକ୍ଷଣ ଦିଅ’...କଟକ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ୨୫% ସିଟ୍ ସଂରକ୍ଷଣ ପ୍ରସଙ୍ଗରେ କୂଳପତିଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି

Advertisment
‘ଓଡ଼ିଆ ପିଲାଙ୍କୁ ସଂରକ୍ଷଣ ଦିଅ’...କଟକ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ୨୫% ସିଟ୍ ସଂରକ୍ଷଣ ପ୍ରସଙ୍ଗରେ କୂଳପତିଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି

କନକ ବ୍ୟୁରୋ: କଟକ ନରାଜସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ୨୫ ପ୍ରତିଶତ ସିଟ୍ ସଂରକ୍ଷଣ ରଖିବାକୁ ବିଶ୍ୱିବଦ୍ୟାଳୟ କୂଳପତିଙ୍କୁ ଚିଠି ଲେଖିଲା ଉଚ୍ଚଶିକ୍ଷା ବିଭାଗ । ବିଭାଗୀୟ ସଚିବ ଶାଶ୍ୱତ ମିଶ୍ର ଚିଠି ଲେଖି ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଆସନ୍ତା ଶିକ୍ଷାବର୍ଷରୁ ଯେପରି ୨୫% ସରକ୍ଷଣ ମିଳିପାରିବ, ସେ ଦିଗରେ ନିୟମାବଳୀ ପ୍ରସ୍ତୁତ କରିବାକୁ କହିଛନ୍ତି ।

publive-image

ପୂର୍ବରୁ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡିସେମ୍ବର ୨୪ ତାରିଖରେ ସଂରକ୍ଷଣ ସମ୍ବନ୍ଧରେ ଚିଠି ଲେଖି ଉଚ୍ଚଶିକ୍ଷା ବିଭାଗକୁ ଅବଗତ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ମୋଟ ସିଟର ୨୫ ପ୍ରତିଶତ ଓଡ଼ିଆ ପିଲାଙ୍କ ପାଇର୍ ସଂରକ୍ଷଣ କରିବାକୁ ବାରମ୍ବାର ଦାବି ହୋଇ ଆସୁଥିଲା । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖାଯିବା ସହ ସାଂସଦ ଓ ବିଧାନସଭାରେ ଏହି ପ୍ରସଙ୍ଗ ଉଠିଥିଲା ।

publive-image

କେବଳ ଏହି ଗୋଟିଏ ଚିଠି ନୁ‌ହେଁ। ପୂର୍ବରୁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଏକାଧିକ ଥର ଚିଠି ଲେଖାଯାଇଛି। ବିଶ୍ବବିଦ୍ୟାଳୟରେ ଓଡ଼ିଶାର ପିଲାଙ୍କ ପାଇଁ ୨୫% ସିଟ୍‌ ସଂରକ୍ଷଣ ରଖିବାକୁ ୨୦୧୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ନିକଟକୁ ଚିଠି ଲେଖିଥିଲେ। ୨୦୧୮ ଏପ୍ରିଲ ୨୪ରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶ୍ବବିଦ୍ୟାଳୟ କୁଳ ସଚିବଙ୍କୁ ଚିଠି ଲେଖାଯାଇଥିଲା। ତେବେ ଦେଢ଼ ବର୍ଷ ବିତି ଯାଇଥିଲେ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇପାରିନି। ଗତ ଅଗଷ୍ଟ ମାସରେ ଉଚ୍ଚଶିକ୍ଷା ସଚିବ ଶ୍ରୀ ମିଶ୍ର କୁଳପତିଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଥିଲେ ଯେ ୟୁଜି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଦ୍ବାଦଶ ତଥା ଯୁକ୍ତ୨ରେ ୬୦%ରୁ ଅଧିକ ନମ୍ବର ରଖିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ଲାଗି ୨୫% ସଂରକ୍ଷଣ ରଖାଯାଉ। ଗତ ଡିସେମ୍ବର ମାସରେ ସଚିବ ଶ୍ରୀ ମିଶ୍ର ଆଉ ଥରେ କୁଳପତିଙ୍କୁ ଚିଠି ଲେଖି ଦାବି ଜଣାଇଥିଲେ। ଲୋକସଭାରେ ବି ସାଂସଦଙ୍କ ଦ୍ବାରା ଦାବି ଉଠିଛି। ବିଜୁ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ ସୁଦୀପ୍ତ ପ୍ରକାଶ ପୃଷ୍ଟି ଏନେଇ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe