ଆତଙ୍କବାଦୀଙ୍କ ପାଣ୍ଠି ଉପରେ ଏନଆଇଏ ପାହାର: ଦେଶର ୧୬ଟି ସ୍ଥାନରେ ଜାତୀୟ ତଦନ୍ତକାରୀ ସଂସ୍ଥାର ଚଢାଉ

91

କନକ ବ୍ୟୁରୋ: ଟେରର ଫଣ୍ଡିଂ ଉପରେ ପାହାର । ଦେଶର ୧୬ଟି ସ୍ଥାନରେ ରେଡ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ଜମ୍ମୁକଶ୍ମୀରରେ ଥିବା ପିଏଫଆଇ ଠିକଣା ଉପରେ ଚଢାଉ କରାଯାଇଛି । ଏଥିସହ ତାମିଲନାଡୁର ୧୦ରୁ ଅଧିକ ସ୍ଥାନରେ ମଧ୍ୟ ରେଡ କରିଛି ଏନଆଇଏ । ପାକିସ୍ତାନରେ ବସି ପିଏଫଆଇ ଦ୍ୱାରା ଦେଶର ବିଭିନ୍ନ ସ୍ଥାନରେ ଟେରର ଫଣ୍ଡିଂ ହେଉଥିବା ଅଭିଯୋଗ ହୋଇଛି । ନିକଟରେ ମଦୁରାଇରୁ ପିଏଫଆଇର ଜଣେ ସଦସ୍ୟକୁ ଗିରଫ କରି ଜେରା ସମୟରେ ଜଣାପଡିଥିଲା କି ଜମ୍ମୁକଶ୍ମୀର ଓ ତାମିଲନାଡୁରେ ଏବେବି ପ୍ରତିବନ୍ଧିତ ପିଏଫଆଇ ର୍ୟାକେଟ ଚାଲିଛି ।