କନକ ବ୍ୟୁରୋ : ଦେଶ ମାତୃକାର ସେବା କରିବାକୁ ସଂକଳ୍ପ ନେଇଥିଲେ । ତାଙ୍କ କାର୍ଯ୍ୟକାଳରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ସେବା ମେଡାଲରେ ବି ସମ୍ମାନୀତ କରାଯାଇଥିଲା । ହେଲେ ଶେଷରେ ସେ ଜଣେ ଦେଶଦ୍ରୋହୀ ବୋଲି ଜଣାପଡିବା ପରେ ନିଜ ବିଭାଗ ତାଙ୍କୁ ଗିରଫ କରିବାକୁ ବାଧ୍ୟ ହୋଇଛି ।

Advertisment

ଦେଶରେ ସର୍ବଦା ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ବା ଚେଷ୍ଟା କରି ଅନେକ ଥର ସଫଳ ହୋଇଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ- ତୋଇବାକୁ ଦେଶର ସୁରକ୍ଷା ସଂପର୍କିତ କିଛି ଗୋପନୀୟ ତଥ୍ୟ ଦେଇଥିବା ଅଭିଯୋଗରେ ଆଇପିଏସ ଅଫିସର ଅରବିନ୍ଦ ଦିଗବଜୟ ନେଗୀ ଙ୍କୁ ଗିରଫ କରିଛି ଜାତୀୟ ଯାଂଚ ଏଜେନ୍ସି । ନେଗୀ ୨୦୧୧ ବ୍ୟାଚ ହିମାଚଳ ପ୍ରଦେଶ କ୍ୟାଡରର ଆଇପିଏସ ବୋଲି ଜଣାପଡିଛି ।

ନେଗୀଙ୍କୁ ୟୁଏପିଏ ଆଇନ ବଳରେ ଗିରଫ କରାଯାଇଛି । ତାଙ୍କ ଉପରେ ଲସ୍କର ଆତଙ୍କୀ ସଂଗଠନକୁ ଗୋପନୀୟ ତଥ୍ୟ ଯୋଗାଇ ଥିବା ଅଭିଯୋଗରେ ଗିରଫ କରାଯାଇଛି । ୨୦୧୧ ବ୍ୟାଚର ଏହି ଆଇପିଏସ ଅଧିକାରୀଙ୍କୁ ଗୈଲେଣ୍ଟ୍ରୀ ପୁରସ୍କାରରେ ପୁରସ୍କୁଲ କରାଯାଇଥିଲା । ସେ ଏନଆଇରେ ଚାକିରୀ କରୁଥିବା ବେଳେ ହୁରିଆତ ଟେରର ଫଣ୍ଡିଂ ମାମଲାରେ ଯାଂଚ କରି ସଫଳ ହୋଇଥିବାରୁ ତାଙ୍କର ଏହି ମହନୀୟ ସେବା ପାଇଁ ପୋଲିସ ମେଡାଲରେ ପୁରସ୍କୃତ କରାଯାଇଥିଲା ।

ସେ ଏନଆଇଏରେ ୧୧ ବର୍ଷ ୩ ମାସ ଡେପୁଟେସନରେ କାର୍ଯ୍ୟ କରିଛନ୍ତି । ଏନଆଇଏରେ ଡେପୁଟେସନରେ କାମ କରିଥିବା ସମସ୍ତ ଆଇପିଏସ ଅଫିସରଙ୍କ ତୁଳନାରେ ନେଗୀ ସର୍ବାଧିକ ସମୟ କାମ କରିଛନ୍ତି । ସେ ଲସ୍କର ଆତଙ୍କବାଦୀ ସଂଗଠନକୁ ଗୋପନୀୟ ତଥ୍ୟ ଯୋଗାଇ ଥିବା ଅଭିଯୋଗ ଆସିବା ପରେ ନଭେମ୍ବର ମାସରେ ହିମାଚଳର କିନ୍ନୌର ବାସଭବନରେ ଚଢାଉ କରାଯାଇଥିଲା ।

ଏହି ମାମଲାରେ ଏନଆଇଏ ତରଫରୁ ନଭେମ୍ବର ୬ ତାରିଖରେ ତାଙ୍କ ବରୋଧରେ ଅଭିଯୋଗ ଦାଖଲ କରିଥିଲା । ଏହି ମାମଲାରେ ଏନଆଇଏ ଏପର୍ଯ୍ୟନ୍ତ ୬ ଜଣଙ୍କୁ ଗିରଫ କରିଛି । ଏନଆଇଏ ତରଫରୁ କୁହାଯାଇଛି କି ଯାଂଚ ବେଳେ ନେଗୀଙ୍କ ଭୁମିକା ସନ୍ଦେହ ଘେରକୁ ଆସିଥିଲା ।