ଚାଉଳ ପାଇଁ ନଦୀ ଡେଇଁ ୬ କିମି ଚାଲିବା ଘଟଣା : ରାୟଗଡ଼ା ଜିଲ୍ଲାପାଳଙ୍କୁ ଜାତୀୟ ମାନବଧିକାର କମିସନଙ୍କ ତୃତୀୟ ସମନ

144

କନକ ବ୍ୟୁରୋ : ରାୟଗଡା ଜିଲ୍ଲାପାଳଙ୍କୁ ସର୍ତମୂଳକ ସମନ ଜାରି କରିଛନ୍ତି ଜାତୀୟ ମାନବାଧିକାର କମିଶନ । ଶେଷଖାଲ ପଞ୍ଚାୟତର କେରାଣ୍ଡି ଗ୍ରାମବାସୀ ଚାଉଳ ପାଇଁ ନଦୀ ଡେଇଁ ୬ କିଲୋମିଟର ଚାଲିବା ଘଟଣାକୁ ଏନଏଚଆରସି ତୃତୀୟ ଥର ପାଇଁ ସମନ ଜାରି କରିଛନ୍ତି । ପୂର୍ବରୁ ଦୁଇ ଥର ନୋଟିସ ସତ୍ୱେ କାର୍ଯ୍ୟାନୁଷ୍ଠାନ ନେଇ ଜିଲ୍ଲାପାଳ ଏନଏଚଆରସିଙ୍କ ନିକଟରେ କୌଣସି ରିପୋର୍ଟ ଦେଇନାହାନ୍ତି ।

ତେଣୁ ଜାନୁୟାରୀ ୪ ସୁଦ୍ଧା ରିପୋର୍ଟ ଦାଖଲ ନକଲେ ଜାନୁୟାରୀ ୧୧ରେ ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରଖିବାକୁ କମିସନ ନିର୍ଦ୍ଦେଶ ଦେଇଛନ୍ତି । କେରାଣ୍ଡି ଗାଁ ଲୋକ ପିଡିଏସ ଚାଉଳ ପାଇବା ପାଇଁ କରୁଥିବା ସଂଘର୍ଷକୁ ନେଇ ଏନଏଚଆରସିରେ ଅଭିଯୋଗ ହୋଇଥିଲା । ଭବାନୀପାଟଣାର ମାନବାଧିକାର କର୍ମୀ ଦିଲ୍ଲୀପ ଦାସଙ୍କ ଅଭିଯୋଗ ଆଧାରରେ ୨୦୨୨ ଏପ୍ରିଲ ୨୮ ତାରିଖରେ ପ୍ରଥମ ନୋଟିସ ଓ ଜୁନ ୬ ତାରିଖରେ ରିପୋର୍ଟ ତଲବ କରିଥିଲେ । କିନ୍ତୁ ଜିଲ୍ଲାପାଳ କୌଣସି ଉତ୍ତର ଦାଖଲ ନକରିବାରୁ ତୃତୀୟ ଥର ପାଇଁ ସର୍ତମୂଳକ ସମନ ଜାରି କରିଛନ୍ତି ଜାତୀୟ ମାନବାଧିକାର କମିଶନ ।