କନକ ବ୍ୟୁରୋ : ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ଆରଡି ଛକ ନିକଟରେ ଧସିଲା ରାସ୍ତା । ରାସ୍ତା ପାଶ୍ୱର୍ରେ ବିରାଟ ଗର୍ତ ସୃଷ୍ଟି ହୋଇଛି । କିଛି ମାସ ପୂର୍ବରୁ ରାସ୍ତା ମରାମତି ହୋଇଥିଲା । ରାସ୍ତାର କାମ ନିମ୍ନମାନର ହୋଇଥିବା କାରଣରୁ ଏଭଳି ହୋଇଥିବା ଲୋକ ଅଭିଯୋଗ କରିଛନ୍ତି । ମରାମତି କାମ ଶୀଘ୍ର କରାଯିବାକୁ ଭଦ୍ରକ ଜିଲ୍ଲାପାଳ ସିଧେଶ୍ୱର ବଳିରାମ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଅପିଲ କରିଛନ୍ତି ।