ୟଙ୍ଗ ଇଣ୍ଡିଆ ସମ୍ପତି ଅସ୍ଥାୟୀ ଜବତକୁ ନେଇ ତେଜିଲା ରାଜନୀତି ।ଇଡି ଉପରେ ବିରୋଧୀ ଉଠାଇଲେ ପ୍ରଶ୍ନ, ବିଜେପିକୁ କଲେ ଦାୟୀ

96

କନକ ବ୍ୟୁରୋ : ନ୍ୟାସନାଲ ହେରଲ୍ଡ ମାମଲାରେ ଇଡିର ବଡ କାର୍ଯ୍ୟାନୁଷ୍ଠାନକୁ ନେଇ ରାଜନୀତି ଦୁନିଆରେ ଝଡ଼ ଦେଖାଦେଇଛି । ଇଡିର କାର୍ଯ୍ୟାନୁଷ୍ଠାନ ନେଇ କଂଗ୍ରେସ ପ୍ରତିକ୍ରିୟା ରଖିଛି । ଆଗକୁ ନିର୍ବାଚନ ଥିବାରୁ କେନ୍ଦ୍ର ସରକାର ଜାଣିଶୁଣି ଏଭଳି କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି । ରାଜ୍ୟସଭା ସାଂସଦ କପିଲଲ ସିବଲ କହିଛନ୍ତି ଆଇନ କ’ଣ କହୁଛି ତାହା ଇଡି ଜାଣିବା ଉଚିତ । ସେପଟେ ବିରୋଧୀ କହିଛନ୍ତି ନିର୍ବାଚନ ସମୟରେ ବିଜେପି ସରକାରୀ ତଦନ୍ତକାରୀ ସଂସ୍ଥାକୁ ହାତ ମୁଠାକୁ ନିଅନ୍ତି ଓ ବିରୋଧୀଙ୍କ ବିରୋଧରେ ଷଡଯନ୍ତ୍ର ରଚନ୍ତି । ଯଦି କୌଣସି ବିରୋଧୀ ବିଜେପିରେ ସାମିଲ ହୁଅନ୍ତି ତେବେ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏନି ।

ସେପଟେ କଂଗ୍ରେସ ଓ ବିରୋଧୀଙ୍କୁ ଜବାବ ଦେଇଛି ବିଜେପି । ସାମ୍ବାଦିକ ସମ୍ମିଳନୀ କରି ବିଜେପିର ବରିଷ୍ଠ ନେତା ରବିଶଙ୍କର ପ୍ରସାଦ କହିଛନ୍ତ ସ୍ୱାଧୀନତା ସଂଗ୍ରାମ ସମୟରେ ସମ୍ପତି ଉପରେ ମଧ୍ୟ ଗାନ୍ଧୀ ପରିବାର କବଜା କରି ଆସୁଛି । ଲୋକତନ୍ତ୍ରରେ ଏହା ଏକ ଲଜ୍ଜାଜନକ ଘଟଣା ଅଟେ ।

ମଙ୍ଗଳବାର କଂଗ୍ରେସ ସହ ସମ୍ବନ୍ଧିତ ଆସୋସିଏଟେଡ ଜର୍ଣ୍ଣାଲ ଲିମିଟେଡ (ଏଜେଏଲ) ଓ ୟଙ୍ଗ ଇଣ୍ଡିଆର ୭୫୦ କୋଟି ଟଙ୍କାଙ୍କୁ ଅସ୍ଥାୟୀ ଭାବେ ଜବତ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ମନିଂ ଲଣ୍ଡରିଙ୍ଗ ମାମଲାରେ ଇଡି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି । ଜବତ ହୋଇଥିବା ସମ୍ପତି ମଧ୍ୟରୁ ଏଜେଏଲର ଦିଲ୍ଲୀ, ମୁମ୍ବାଇ ଓ ଲକ୍ଷେ୍ନø ସମେତ କିଛି ଜାଗାର ସମ୍ପତ୍ତି ସାମିଲ ଅଛି । ଏହି ସମ୍ପତିର ମୂଲ୍ୟ ୬୬୧ କୋଟିରୁ ଅଧିକ ହେବ ବୋଲି ଜଣାପଡିଛି । ସେହିଭଳି ଜବତ ୟଙ୍ଗ ଇଣ୍ଡିଆର ସମ୍ପତି ୯୦ କୋଟିରୁ ଅଧିକ ହେବ । ମାମଲାରେ ସୋନିଆ ଓ ରାହୁଲ ଗାନ୍ଧିଙ୍କୁ ପଚରାଉଚରା କରିସାରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ ।