କନକ ବ୍ୟୁରୋ : ଲଣ୍ଡନରେ ରଙ୍ଗବତୀ ଗୀତରେ ନାଚିଲେ ପ୍ରବାସୀ ଓଡ଼ିଆ ମହିଳା । ଅଗଷ୍ଟ ୭କୁ ଭାରତରେ ଜାତୀୟ ହସ୍ତତନ୍ତ ଦିବସ ରୂପେ ପାଳନ କରାଯାଇଥିବା ବେଳେ ବିଦେଶରେ ବି ଭାରତୀୟମାନେ ଏହାକୁ ପାଳନ କରିଛନ୍ତି । ଲଣ୍ଡନରେ ଶାଢ଼ୀ ୱାକାଥନ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାୟ ୭୦୦ ମହିଳା ଭାଗ ନେଇଥିଲେ । ବିଭିନ୍ନ ଭାରତୀୟ ଭାଷାରେ ଗୀତ ବି ବାଜୁଥିଲା । ପ୍ରସିଦ୍ଧ ଓଡ଼ିଆ ଗୀତ ରଙ୍ଗବତୀ ବି ଶୁଣିବାକୁ ମିଳିଥିଲା । ଆଉ ଏହି ଗୀତର ତାଳେ ତାଳେ ପ୍ରବାସୀ ଓଡ଼ିଆ ମହିଳାମାନେ ଖୁସିରେ ନାଚି ଉଠିଥିଲେ ।
ଜାତୀୟ ହସ୍ତତନ୍ତ ଦିବସ : ଲଣ୍ଡନରେ ରଙ୍ଗବତୀ ଗୀତରେ ନାଚିଲେ ପ୍ରବାସୀ ଓଡ଼ିଆ ମହିଳା
/kanak/media/post_attachments/wp-content/uploads/2023/08/vlcsnap-2023-08-08-08h30m59s162.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)