କନକ ବ୍ୟୁରୋ: ଇଟାଲିରେ ଶରଣ ନେବାକୁ ପହଞ୍ଚିଲେ ଆଫଗାନିସ୍ତାନର ଶ୍ୟାମ ନୟନା ଝିଅ । ଦିନେ ନ୍ୟାସନାଲ ଜିଓଗ୍ରାଫି ପତ୍ରିକାର କଭର ପେଜରେ ସ୍ଥାନ ପାଇ ରାତାରାତି ଚର୍ଚ୍ଚିତ ହୋଇଥିବା ଏହି ଝିଅ ହେଉଛନ୍ତି ଶରବତ୍ ଗୁଲ୍ଲା ।
ଆଫଗାନିସ୍ତାନରେ ତାଲିବାନ ସରକାର ଆସିବା ପରେ ସେଠାରୁ ଲୋକେ ଆସି ୟୁରୋପୀୟ ଦେଶ ମାନଙ୍କରେ ଶରଣାର୍ଥୀ ଭାବେ ରହୁଛନ୍ତି । ିଟାଲୀରେ ଶରଣ ନେବାକୁ ଶରବତ ଗୁଲ୍ଲା ଅନୁରୋଧ କରିବା ପରେ ତାଙ୍କୁ ଆଫଗାନିସ୍ତାନରୁ ତଡିଦିଆଯାଇଥିଲା । ସେଠାରୁ ଆସି ଇଟାଲିରେ ପହଞ୍ଚିବ ପରେ ତାଙ୍କ ଥଇଥାନ ପାଇଁ ଏଠିକାର ସରକାର ପ୍ରୟାସ ଚଳାଇଥିବା ଇଟାଲୀ ସରକାରଙ୍କ ପକ୍ଷରୁ କୁହାଯାଇଛି ।
୧୯୮୪ରେ ଆଫଗାନ ଶରଣାର୍ଥୀ ବାଳିକା ଭାବେ ଗୁଲ୍ଲା ଆନ୍ତର୍ଜାତିକ ପ୍ରସିଦ୍ଧି ଲାଭ କରିଥିଲେ। ଯୁଦ୍ଧ ଫଟୋ ଉତ୍ତୋଳନକାରୀ ଷ୍ଟିଭ୍ ମ୍ୟାକ୍କରି ଉଠାଇଥିବା ଗୁଲ୍ଲାଙ୍କ ଫଟୋଟି ‘ନ୍ୟାସ୍ନାଲ୍ ଜିଓଗ୍ରାଫିକ୍’ ପତ୍ରିକାର ମଲାଟରେ ଛାପା ହୋଇଥିଲା। ଫଟୋରେ ତାଙ୍କ ଆଖି ଦୁଇଟି ସବୁଜ ବର୍ଣ୍ଣ ଦିଶୁଥିଲା। ପୁନର୍ବାର ୨୦୦୨ରେ ମ୍ୟାକ୍କରି ତାଙ୍କୁ ଠାବ କରିଥିଲେ।
୨୦୧୪ରେ ସେ ପାକିସ୍ତାନରେ ଦେଖାଦେଇଥିଲେ କିନ୍ତୁ, ସେ ଜାଲ୍ ପାକିସ୍ତାନୀ ପରିଚୟ ପତ୍ର ଖରିଦ କରିଥିବା ଅଭିଯୋଗ କରି ପାକିସ୍ତାନ ସରକାରୀ କର୍ତ୍ତୃପକ୍ଷମାନେ ତାଙ୍କୁ ପ୍ରତ୍ୟର୍ପଣ ଆଦେଶ ଦେବାରୁ ସେ ଆତ୍ମଗୋପନ କରିଥିଲେ। ପରେ ତାଙ୍କ ଆପ୍ୟାୟନ ପାଇଁ ଆଫଗାନିସ୍ତାନର ରାଷ୍ଟ୍ରପତି ‘ପ୍ରେଜିଡେନ୍ସିଆଲ୍ ପାଲେସ୍’ରେ ଭୋଜି କରିବାରୁ ତାଙ୍କୁ ବିମାନ ଯୋଗେ କାବୁଲ୍ ନିଆଯାଇଥିଲା। ସେଠାରେ ତାଙ୍କୁ ଏକ ନୂଆ ଆପାର୍ଟମେଣ୍ଟ୍ର ଚାବି ଦିଆଯାଇଥିଲା।
ଯୁକ୍ତରାଷ୍ଟ୍ର ଆମେରିକା ସେନା ପ୍ରତ୍ୟାହୃତ ହେବାରୁ ଅଗଷ୍ଟ ମାସରେ ଆଫଗାନିସ୍ତାନ ତାଲିବାନ ନିୟନ୍ତ୍ରଣକୁ ଆସିବାରୁ ଅନେକ ଆଫଗାନବାସୀ ସ୍ବଦେଶ ପରିତ୍ୟାଗ କରିବାକୁ ପାଶ୍ଚାତ୍ୟ ଦେଶମାନଙ୍କ ସହାୟତା ଲୋଡ଼ିଲେ। ଯେଉଁ ପାଶ୍ଚାତ୍ୟ ରାଷ୍ଟ୍ରମାନେ ଆଫଗାନବାସୀଙ୍କୁ ସ୍ବଦେଶ ପରିତ୍ୟାଗ କରିବାରେ ସହାୟତା କରୁଛନ୍ତି ସେମାନଙ୍କ ମଧ୍ୟରୁ ଇଟାଲି ଅନ୍ୟତମ। ବିମାନ ଯୋଗେ ଇଟାଲି ବହୁସଂଖ୍ୟକ ଆଫଗାନବାସୀଙ୍କୁ ସ୍ଥାନାନ୍ତରଣ କଲାଣି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/34-22.jpg)