ବିଜେପି ରାଲିରେ ଜାତୀୟ ପତାକାକୁ ଅସମ୍ମାନ ! ଲାଗିଲା ଓଲଟା ତ୍ରିରଙ୍ଗା, ଦାଏର ହେଲା ମାମଲା ।

Advertisment
ବିଜେପି ରାଲିରେ ଜାତୀୟ ପତାକାକୁ ଅସମ୍ମାନ ! ଲାଗିଲା ଓଲଟା ତ୍ରିରଙ୍ଗା, ଦାଏର ହେଲା ମାମଲା ।

image courtesy - www.ibtimes.co.in

ଜାମ୍ମୁକାଶ୍ମୀରର କାଠୁଆ ଜିଲ୍ଲାରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ରାଜୀବ ଜସରୋଟିଆଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ଏକ ରାଲିରେ ଜାତୀୟ ପତାକାକୁ ଓଲଟା ଭାବେ ଲଗାଯାଇଥିବା ଅଭିଯୋଗ ହୋଇଛି । ଏହି ରାଲି ଶେଷ ହେବା ପରେ ତ୍ରିରଙ୍ଗାର ଅପମାନ ହୋଇଥିବା ଦର୍ଶାଇ ଏକ ମାମଲା ରୁଜୁ କରାଯାଇଛି । ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ରାଷ୍ଟ୍ରୀୟ ସମ୍ମାନର ଅପମାନ ନିରୋଧକ ଆଇନ୍ ଧାରା ୨ ଅନୁଯାୟୀ, ଏହି ଘଟଣାକୁ ନେଇ ଏତଲା ଦାୟର କରାଯାଇଛି । ଅଧିକାରୀ ଜଣଙ୍କ କହିଛନ୍ତି ଯେ, ବିନୋଦ ନିଝାବନ ନାମକ ଜଣେ ସ୍ଥାନୀୟ ନିବାସୀ ଅଭିଯୋଗ କରିଛନ୍ତି ଯେ, ପୂର୍ବ ମନ୍ତ୍ରୀ ଜସରୋଟିଆ ଏବଂ ବିଜେପିର ଆଶାୟୀ ପ୍ରାର୍ଥୀ ରାହୁଲ ଦେବ ଶର୍ମାଙ୍କ ନେତୃତ୍ୱରେ ଗୁରୁବାର ହୋଇଥିବା ରାଲିରେ ରାଷ୍ଟ୍ରୀୟ ଧ୍ୱଜର ଅପମାନ କରାଯାଇଛି ।

publive-image

ନିର୍ବାଚନ ପାଇଁ ଗୁରୁବାର ୱାର୍ଡ ନମ୍ବର ୧୯ରୁ ନାମାଙ୍କନ ଦାଖଲ କରିବା ପାଇଁ ଯାଇଥିବା ରାହୁଲ ଶର୍ମାଙ୍କ ସହ କାଠୁଆ ବିଧାନସଭା କ୍ଷେତ୍ର ବିଧାୟକ ଜସରୋଟିଆ ମଧ୍ୟ ଥିଲେ । ଏବଂ ଶିବନଗର ସ୍ଥିତ ନିଜ ବାସଭବନରୁ ସେ ଏକ ରାଲି ମଧ୍ୟ ବାହାର କରିଥିଲେ । ଅଭିଯୋଗକାରୀ ଏକ ଭିଡିଓ କ୍ଲିପ ଜାରି କରିଛନ୍ତି, ଯେଉଁଥିରେ ଦେଖାଯାଇଛି, ରାଲିରେ ବିଧାୟକଙ୍କ ପଛରେ ଛିଡା ହୋଇଥିବା ଜଣେ ବ୍ୟକ୍ତି ପାଖାପାଖି ଦୁଇ କିଲୋମିଟରରୁ ଅଧିକ ଦୂରତା ପର୍ଯ୍ୟନ୍ତ ତ୍ରିରଙ୍ଗା ପତାକାକୁ ଓଲଟା ଧରିଛନ୍ତି । ଏଥିରେ ଦେଶବାସୀଙ୍କ ଭାବନାକୁ ଆଘାତ ପହଞ୍ଚିବା ଦର୍ଶାଇ ଅଭିଯୋଗକାରୀ ଏକ ମାମଲା ରୁଜୁ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe