କଳାହାଣ୍ଡିର ଏଭରେଷ୍ଟ ବିଜେତା ଯୋଗବ୍ୟାସ ଭୋଇଙ୍କ ହିମାଳୟନ ଚାଦର ଅଭିଯାନ: ୧୩୪୭୯ ଫୁଟ ଉଚ୍ଚତା ବିଶିଷ୍ଟ ଫତୁଲା ଟପ୍‌ରେ ଉଡ଼ାଇଲେ ଜାତୀୟ ପତାକା

କଳାହାଣ୍ଡିର ଏଭରେଷ୍ଟ ବିଜେତା ଯୋଗବ୍ୟାସ ଭୋଇଙ୍କ ହିମାଳୟନ ଚାଦର ଅଭିଯାନ: ୧୩୪୭୯ ଫୁଟ ଉଚ୍ଚତା ବିଶିଷ୍ଟ ଫତୁଲା ଟପ୍‌ରେ ଉଡ଼ାଇଲେ ଜାତୀୟ ପତାକା

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରା ଗ୍ରାମ ବାସିନ୍ଦା ତଥା ଏଭରେଷ୍ଟ ବିଜେତା ଓ ଆନ୍ତର୍ଜାତିକ ପର୍ବତାରୋହୀ ଯୋଗବ୍ୟାସ ଭୋଇ ହିମାଳୟନ ଚାଦର ଅଭିଯାନ ଓ ଖରଡୁଙ୍ଗଲା ଟପ୍‌ କାର୍ଯ୍ୟକ୍ରମରେ ଭାଗନେଇ ଗତ ୨୧ ତାରିଖରୁ ଲେହ ଲଦାଖ ଗସ୍ତରେ ଅଛନ୍ତି। ସେ ୨୪ ତାରିଖ ଲେହ ଠାରୁ କାରଗିଲ ଅଭିମୁଖେ ଯାତ୍ରା କରି ୧୩୪୭୯ ଫୁଟ ଉଚ୍ଚତା ବିଶିଷ୍ଟ ଫାତୁଲା ଟପ୍‌ରେ ସଫଳତାର ସହିତ ପହଞ୍ଚି ଜାତୀୟ ପତାକା ଉଡ଼ାଇଛନ୍ତି। ଏହି ଯାତ୍ରା ସମୟରେ ତାଙ୍କୁ ଲେହ ଲଦାଖ ବାସିନ୍ଦା ଡୋରଜି। ଗାଲସେନ ସହଯୋଗ କରିଥିଲେ। ତାପରେ ସେ କାରଗିଲ୍‌ରେ ପହଞ୍ଚି ସେହି ସ୍ଥାନର ଜଳବାୟୁ ସହିତ ଖାପଖୁଆଇବା ସହ ଅଭ୍ୟାସ କରିଥିଲେ।

କାରଗିଲ୍ ସଂପର୍କରେ ଶ୍ରୀ ଭୋଇ ଅନୁଭୂତି ବର୍ଣ୍ଣନା କରି କହିଲେ ବହୁତ ଥଣ୍ଡା ସହିତ ବରଫ ପଡୁଛି। ବିଯୁକ୍ତ ୧୨ରୁ ବିଯୁକ୍ତ ୨୦ ଡିଗ୍ରି ସେଲସିଅସ ତାପମାତ୍ରା ରହୁଛି। ଫଳରେ କାରଗିଲରେ ପାଣି ସମସ୍ୟା ଦେଖାଯାଉଛି। ୨୫ ତାରିଖ ସକାଳ ୮ଘଣ୍ଟା ୩୦ ମିନିଟରେ ବାହାରି ସଂପୂର୍ଣ୍ଣ ବରଫ ରାସ୍ତାରେ ୬୨ କିମି ଯିବା ପରେ ୧୧ଘଣ୍ଟାରେ ଦ୍ରାସର କାରଗିଲ୍ ଯୁଦ୍ଧ ସ୍ମୃତିରେ ପହଞ୍ଚିଥିଲେ। ସେତେବେଳେ ସେଠାରେ ପ୍ରବଳ ବରଫ ରହିବା ସହିତ ବିଯୁକ୍ତ ୨୧ ଡିଗ୍ରିରୁ ବିଯୁକ୍ତ ୨୫ ଡିଗ୍ରି ତାପମାତ୍ରା ଥିଲା ବୋଲି ସେ କହିଛନ୍ତି। ଶ୍ରୀ ଭୋଇ ସାଧାରଣତନ୍ତ୍ର ଦିବସ ଅବସରରେ କଳାହାଣ୍ଡି, ଓଡ଼ିଶା ତଥା ଦେଶର ସମସ୍ତଙ୍କୁ କାରଗିଲ ଯୁଦ୍ଧ ସ୍ମୃତିଠାରୁ ଅଭିନନ୍ଦନ ଦେବା ସହିତ ଦେଶ ଗଠନରେ ସହଯୋଗ ଏବଂ ବୀର ଯବାନମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା ପାଇଁ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe