ଦେଶରେ ବଢୁଛି ମହିଳାଙ୍କ ସଂଖ୍ୟା । ଜାଣନ୍ତୁ, ପ୍ରତି ହଜାରେ ପୁରୁଷଙ୍କ ତୁଳନାରେ କେତେ ରହିଛି ମହିଳାଙ୍କ ସଂଖ୍ୟା

666

କନକ ବ୍ୟୁରୋ : ଦିନ ଥିଲା ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ବହୁତ କମ୍ ଥିଲା । ସେତେବେଳେ ବହୁମାତ୍ରାରେ ବଢିଯାଇଥିଲା କନ୍ୟା ଭୃଣ ହତ୍ୟା । କିନ୍ତୁ ଏବେ ସମୟ ବଦଳିଛି । ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି । ଏବେ ପ୍ରତି ୧ହଜାର ପୁରୁଷଙ୍କ ତୁଳନାରେ ୧ହଜାର ୨୦ ଜଣ ମହିଳା ରହିଛନ୍ତି । ନ୍ୟାସିନାନ୍ ଫ୍ୟାମିଲି ହେଲଥ ସର୍ଭେ ରିପୋର୍ଟରୁ ଏହା ପ୍ରକାଶ ପାଇଛି ।
ଏହି ରିପୋର୍ଟ ଅନୁଯାୟୀ, ୨୦୧୫-୧୬ରେ ୧ହଜାର ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଥିଲା ୯୯୧ । କିନ୍ତୁ ବର୍ତମାନ ସମୟ ପରିବର୍ତ୍ତନ ହୋଇଛି ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ବଢିଛି । ସବୁଠୁ ବଡକଥା ହେଉଛି ସହର ଅପେକ୍ଷା ଗ୍ରାମାଞ୍ଚଳ ମାନଙ୍କରେ ମହିଳାଙ୍କ ସଂଖ୍ୟା ଅଧିକ ବଢିଛି । ଯଦି ସହର ଏବଂ ଗ୍ରାମାଞ୍ଚଳ ମଧ୍ୟରେ ତୁଳନା କରାଯାଏ ତାହେଲେ ଗ୍ରାମାଞ୍ଚଳରେ ପ୍ରତି ୧ହଜାର ପୁରୁଷ ସଂଖ୍ୟା ଅନୁଯାୟୀ ମହିଳାଙ୍କ ସଂଖ୍ୟା ୧ହଜାର୩୭କୁ ବୃଦ୍ଧି ପାଇଛି । କିନ୍ତୁ ସହରରେ ୧ହଜାର ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ୯୮୫ ରହିଛି ।
ସବୁଠୁ ବଡ କଥା ହେଉଛି, ଦେଶର ୨୩ଟି ରାଜ୍ୟରେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ସଂଖ୍ୟା ବଢିଛି । ଉତ୍ତରପ୍ରଦେଶ, ବିହାର, ଦିଲ୍ଲୀ, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ମହାରାଷ୍ଟ୍ର, ପଞ୍ଜବ, ହରିୟାଣାରେ ୧ହଜାର ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ୧ହଜାର ଉପରେ ରହିଛି ।