କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ଚଣ୍ଡିଗଡ-ଡେବ୍ରୁଗଡ ଏକ୍ସପ୍ରେସ୍ ଦୁର୍ଘଟଣା ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଦୁର୍ଘଟଣାରେ ଯାତ୍ରୀଙ୍କ ମୃତ୍ୟୁକୁ ନେଇ ମୃତ ବ୍ୟକ୍ତିଙ୍କ ପରିବାରଙ୍କୁ ସମେବେଦନା ଜଣାଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ ଟ୍ୱିଟ୍ କରି ରାହୁଲ ଗାନ୍ଧୀ ଲେଖିଛନ୍ତି, ଏହି ଟ୍ରେନ୍ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ । ମୁଁ ଶୋକସନ୍ତପ୍ତ ପରିବାରଙ୍କୁ ମୋର ଗଭୀର ସମବେଦନା ଜଣାଉଛି ଏବଂ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ କାମନା କରୁଛି । ଏହା ସହ ସମସ୍ତ ସହାୟତା ଯୋଗାଇଦେବାକୁ କଂଗ୍ରେସ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ଏହି ରେଳ ଦୁର୍ଘଟଣାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ । ସେ କହିଛନ୍ତି, ବାରମ୍ବାର ରେଳ ଦୁର୍ଘଟଣା ଅତ୍ୟନ୍ତ ଚିନ୍ତାଜନକ ଏବଂ ଏହା ସରକାରଙ୍କ ଅବହେଳାର ଫଳାଫଳ ଅଟେ । କିଛିଦିନ ପୂର୍ବରୁ ଲୋକୋ ପାଇଲଟଙ୍କ ସହ ହୋଇଥିବା ଆଲୋଚନା ଏବଂ ରେଳ ଦୁର୍ଘଟଣା ସମ୍ପର୍କରେ ରେଳ ସୁରକ୍ଷା କିମିଶନଙ୍କ ରିପୋର୍ଟରୁ ଅହା ମଧ୍ୟ ସ୍ପଷ୍ଟ ହୋଇଛି । ସରକାର ତୁରନ୍ତ ଏହା ଉପରେ ପଦକ୍ଷେପ ନେବା ଉଚିତ୍ । ଯାତ୍ରାଙ୍କ ସୁରକ୍ଷା ଓ ରେଳ ଦୁର୍ଘଟଣା ରୋକିବା ଦିଗରେ କିପ୍ରକାର ରଣନୀତି ପ୍ରସ୍ତୁତ ହୋଇଛି ତାହା ଦେଶବାସୀଙ୍କୁ ଜଣାଇବାର ଆବଶ୍ୟକତା ରହିଛି ।