କନକ ବ୍ୟୁରୋ: ମଦ୍ରାସା ବୋର୍ଡ ନେଇଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ୟୁପିର ମଦ୍ରାସା ଶିକ୍ଷା ପରିଷଦର ସମସ୍ତ ସରକାରୀ ଓ ବେସରକାରୀ ମଦ୍ରାସାରେ ରାଷ୍ଟ୍ରୀୟ ସଙ୍ଗୀତ ଗାୟନକୁ ବାଧ୍ୟତାମୂଳକ କରାଯିବ । ମଙ୍ଗଳବାର ମଦ୍ରାସା ପରିଷଦର ବୈଠକରେ ଏହି ନିଷ୍ପତ୍ତି ହୋଇଛି ।
ମେ ୨୦ ତାରିଖ ପରେ ମାଧ୍ୟମିକ ଶିକ୍ଷା ପରିଷଦର ବିଦ୍ୟାଳୟର ପରବର୍ତ୍ତୀ ଶିକ୍ଷା ବର୍ଷ ଆରମ୍ଭ ହେବାକୁ ଯାଉଛି । ଆସନ୍ତା ବର୍ଷ ଠାରୁ ସଂଖ୍ୟା ଲଘୁ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ବିଦ୍ୟାଳୟ ମନଙ୍କରେ ଜାତୀୟ ଏକତା ଭାବନା ସୃଷ୍ଟି କରିବାକୁ ମଦ୍ରାସା ପରିଷଦ ଏପରି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ତାଙ୍କ କହିବା କଥା, ରାଷ୍ଟିୟ ସଙ୍ଗୀତ ଆମ ଦେଶକୁ ଏକ ସୂତ୍ରରେ ବାନ୍ଧି ରଖିବାକୁ ହୋଇଛି । ଏହା ପୂର୍ବରୁ କିଛି ମଦ୍ରାସାରେ ଏହି ସଙ୍ଗୀତକୁ ଗାନ ରାଯାଉଥିବାବେଳେ ଏବେ ରାଜ୍ୟର ସମସ୍ତ ମଦ୍ରାସାରେ ଏହାକୁ ବାଧ୍ୟତାମୂଳକ କରାଯିବ । ଏହାଦ୍ୱାରା ଆମେ ଯେଉଁ ଦେଶରେ ରହୁଛେ ତାହାର ଇତିହାସ ତଥା ସଂସ୍କୃତି ଜାଣିବାକୁ ପିଲାମାନଙ୍କୁ ଯଥେଷ୍ଟ ଖୋରାକ ମିଳିବ ।