ଉତ୍କଳ ହସ୍ପିଟାଲରେ ଜାତୀୟ ଆକ୍ୟୁଟ୍ ନ୍ୟୁରୋ କେୟାର କୋର୍ସ-୨୦୨୪ ଅନୁଷ୍ଠିତ

ଉତ୍କଳ ହସ୍ପିଟାଲରେ ଜାତୀୟ ଆକ୍ୟୁଟ୍ ନ୍ୟୁରୋ କେୟାର କୋର୍ସ-୨୦୨୪ ଅନୁଷ୍ଠିତ

କନକ ବ୍ୟୁରୋ: ଭୁବନେଶ୍ୱର ନୀଳାଦ୍ରି ବିହାର ସ୍ଥିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେଶିଆଲିଷ୍ଟ ଉତ୍କଳ ହସ୍ପିଟାଲର ନ୍ୟୁରୋଆନାସ୍ଥେସିଆ ଓ ଜରୁରୀକାଳୀ ବିଭାଗ, ISNACC ଓ NCSI ସହଯୋଗରେ ନ୍ୟୁରୋ କେୟାର କୋର୍ସ-୨୦୨୪ ୱାର୍କସପ୍ ଆୟୋଜନ ହେଇଯାଇଛି । ଗତ ମାର୍ଚ୍ଚ ୩୦ ଓ ୩୧ ତାରିଖ ଦୁଇ ଦିନ ଧରି ଏହା ଆୟୋଜିତ ହେଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟର ପ୍ରମୁଖ ସରକାରୀ ମେଡିକାଲ କଲେଜ, ଭୁବନେଶ୍ୱର ଏମ୍ସର ଡାକ୍ତର ଓ ପ୍ରଫେସରମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆକ୍ୟୁଟ୍ ନ୍ୟୁରୋ କେୟାର କୋର୍ସର ମୁଖ୍ୟ ବିଷୟ ଗୁଡିକ ସମ୍ବନ୍ଧରେ ବାଖ୍ୟା ଓ ତାର ଉପାଦେୟତା ବିଷୟରେ ଆଲୋକପାତ କରାଯାଇଥିଲା ।

ଏହି ୱାର୍କସପ୍ ଅର୍ଗାନାଇଜିଂ କମିଟିର ପାଟ୍ରନ୍ ହେଉଛନ୍ତି, ଉକ୍ରଳ ହସ୍ପିଟାଲ ନ୍ୟୁରୋଲୋଜି ବିଭାଗର ନିର୍ଦ୍ଦେଶକ ଡକ୍ଟର ଅମିତାଭ ରଥ, ନ୍ୟୁରୋସର୍ଜରୀ ବିଭାଗର ନିର୍ଦ୍ଦେଶକ ଡକ୍ଟର ସିଦ୍ଧାର୍ଥ ଶଙ୍କର ସାହୁ, ସିିଇଓ ଡକ୍ଟର ଆଶିଷ ଚନ୍ଦ୍ର, ଡିନ୍ ଏକାଡେମିକ ଡକ୍ଟର ପିକେ ଦାଶ ଏବଂ ଡିଏମସ ଡକ୍ଟର ରଞ୍ଜନ କୁମାର ମହାପାତ୍ର ଏବଂ ଅର୍ଗାନାଇଜିଂ ଚେୟାରପର୍ସନ ଡକ୍ଟର ରଣଧିର ମିତ୍ର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe