ଅନଲାଇନରେ ଔଷଧ ବିକ୍ରିକୁ ବିରୋଧ ! ସାରାଦେଶରେ ବନ୍ଦ ରହିଲା ଔଷଧ ଦୋକାନ, ସେପଟେ ବିଦେଶୀ ପୁଞ୍ଜି ନିବେଶକୁ ବିରୋଧ କରି ରାଜ୍ୟରେ ଖୋଲିଲାନି ୨୨ ହଜାର ଖୁଚୁରା ଦୋକାନ

40

କନକ ବ୍ୟୁରୋ: ଖୁଚୁରା ବଜାରରେ ଏଫଡିଆଇକୁ ବିରୋଧ କରି ୨୪ ଘଂଟିଆ ବନ୍ଦ ଡାକରା ଦେଇଛି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ । ଧର୍ମଘଟ ଯୋଗୁଁ ଦେଶରେ ପ୍ରାୟ ୬ କୋଟି ୩୫ ଲକ୍ଷ ଏବଂ ରାଜ୍ୟରେ ପ୍ରାୟ ୨୦ ଲକ୍ଷ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି । ତେବେ ଔଷଧ ଦୋକାନ ବନ୍ଦ ରହିଥିବାରୁ ହନ୍ତସନ୍ତ ହୋଇଛନ୍ତି ରୋଗୀ । ଆଜି ସକାଳ ୬ଟାରୁ ରାଜ୍ୟର ପ୍ରାୟ ୨୨ ହଜାର ଔଷଧ ଦୋକାନରେ ତାଲା ଝୁୁଲୁଛି ।

ସବୁ ବନ୍ଦରେ ଖୋଲା ରହୁଥିବା ଦୋକାନ ଆଜି ବନ୍ଦ । ୨୪ ଘଂଟିଆ ସେବାରେ ତାଲା ଝୁଲୁଛି । ଠପ୍ ହୋଇଯାଇଛି ଜରୁରୀ ସେବା । ଶୁକ୍ରବାର ଦେଶବ୍ୟାପୀ ବନ୍ଦ ରହିଛି ଔଷଧ ଦୋକାନ । ଇ-ଫାର୍ମାସି ଓ ଅନ୍ଲାଇନରେ ଔଷଧ ବିକ୍ରିକୁ ଔଷଧ ବ୍ୟବସାୟୀ ସଂଘ ବିରୋଧ କରୁଛି । ଉକ୍ରଳ କେମିଷ୍ଟ ଆଣ୍ଡ୍ ଡ୍ରଗିଷ୍ଟ ଆସୋସିଏସନ୍ କହିଛି, କେନ୍ଦ୍ର ସରକାରଙ୍କ ଏଭଳି ବ୍ୟବସ୍ଥା ଦ୍ୱାରା ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ବଡ ଧରଣର ପ୍ରଭାବ ପଡିବ ।

ରାଜ୍ୟରେ ପ୍ରାୟ ୨୨ ହଜାର ଔଷଧ ଦୋକାନ ବନ୍ଦ ରହିଛି । ଶନିବାର ସକାଳ ୬ଟା ପରେ ଦୋକାନ ଖୋଲାଯିବ । ଏପଟେ ଔଷଧ ବ୍ୟବସାୟୀ ସଂଘର ବନ୍ଦ ପାଳନ ଯୋଗୁଁ ଠପ୍ ହୋଇଯାଇଛି ସ୍ୱାସ୍ଥ୍ୟ ସେବା । ମେଡିକାଲରେ ସବୁ ପ୍ରକାରର ଔଷଧ ମିଳୁନଥିବାରୁ ହନ୍ତସନ୍ତ ହୋଇଛନ୍ତି ରୋଗୀ ।

ଖୁଚୁରା ବଜାରରେ ଏଫଡିଆଇକୁ ବିରୋଧ କରି ୨୪ ଘଂଟିଆ ବନ୍ଦ ଡାକରା ଦେଇଛି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ । ଧର୍ମଘଟ ଯୋଗୁଁ ଦେଶରେ ପ୍ରାୟ ୬ କୋଟି ୩୫ ଲକ୍ଷ ଏବଂ ରାଜ୍ୟରେ ପ୍ରାୟ ୨୦ ଲକ୍ଷ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ ।

ଖୁଚୁରା ବଜାରରେ ଅଟୋମେଟିକ୍ ରୁଟରେ କେନ୍ଦ୍ର କ୍ୟାବିନେଟ୍ ଗତ ଜାନୁଆରୀରେ ୧୦୦ ପ୍ରତିଶତ ଏଫଡିଆଇ ଅନୁମତି ପ୍ରଦାନ କରିଛନ୍ତି । ସେହିଭଳି ସ୍ଥାନୀୟ ବଜାରରୁ ସାମଗ୍ରୀ ସଂଗ୍ରହ ନିୟମକୁ ମଧ୍ୟ କୋହଳ କରିଛନ୍ତି । ଏହାକୁ ବିରୋଧ କରୁଛନ୍ତି ବ୍ୟବସାୟୀ ।