ଆଇପିଏଲ ବେଟିଂ ପର୍ଦ୍ଦାଫାଶ କରିଥିବା ଆଇପିଏସ କଲେ ଆତ୍ମହତ୍ୟା । ଅନେକ ଅପରାଧୀଙ୍କୁ କାବୁ କରିଥିଲେ, ହେଲେ କ୍ୟାନସର ଲଢେଇରେ ହାରିଗଲେ!

56

କନକ ବ୍ୟୁରୋ: ବରିଷ୍ଠ ଆପିଏସ୍ ତଥା ପୂର୍ବତନ ମହାରାଷ୍ଟ୍ର ଏଟିଏସ୍ ପୋଲିସ୍ ମୁଖ୍ୟ ହିମାଂସୁ ରାୟଙ୍କ ଆତ୍ମହତ୍ୟା । ନିଜ ସରକାରୀ ବାସଭବନରେ ଆତ୍ମହତ୍ୟା କରିଥିବା ସୁଚନା । ନିଜ ସର୍ଭିସ୍ ରିଭଲଭରରେ ମୁଣ୍ଡକୁ ଗୁଳିକରି ଅତ୍ମହତ୍ୟା କରିଛନ୍ତି ହିମାଂସୁ ରାୟ । ଗତ ଦୁଇ ବର୍ଷ ହେବ ହିମାଂସୁ ରାୟ କ୍ୟାନସରରେ ପିଡିତ ଥାଇ ଚିକିତ୍ସା ହେଉଥିଲେ । ୧୯୮୮ ମହାରାଷ୍ଟ୍ର କ୍ୟାଡର୍ ଆଇପିଏସ୍ ବ୍ୟାଚ୍ ଅଫିସର ହିମାଂସୁ ରାୟ । ସବୁଠାରୁ ଚର୍ଚ୍ଚିତ ୨୦୧୩ ଆଇପିଏଲ୍ ସ୍ପଟ୍ ଫିକ୍ସିଂ ମାମଲାର ପର୍ଦାଫାସ୍ କରି ବିନ୍ଦୁ ଦାରା ସିଂ ଗିରଫ କରି ଚର୍ଚ୍ଚାରେ ଥିଲେ ହିମାଂସୁ । ହିମାଂସୁ ରାୟ ମୁମ୍ବାଇ ଅତିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ ଏବଂ ଯୁଗ୍ମ ପୋଲିସ କମିଶନର ଭାବେ ଦାୟିତ୍ୱ ତୁଲାଇଛନ୍ତି ।

ଏହାସହିତ ଦାଉଦ୍ ର ଭାଇ ଗୁଳି କରିବା, ବରିଷ୍ଟ ସମ୍ବାଦିକ ଜ୍ୟୋର୍ତିମୟ ଦେ ମିଷ୍ଟ୍ରୀ ମର୍ଡର କେସ୍ ଭଳି ଅନେକ ଚର୍ଚ୍ଚିତ କାଣ୍ଡ ର ଖୁଲାସା କରିଥିଲେ ହିମାଂସୁ । ଅପରାଧ ରୋକିବା ପାଇଁ ତାଙ୍କ ସର୍ଭିସ୍ କ୍ୟାରିୟରରେ ମୁମ୍ବ୍ଧବ ର ଯୁଗ୍ମ କମିଶନର ଥିବା ସମୟରେ ପ୍ରଥମ କରି ସାଇବର କ୍ରାଇମ୍ ସେଲ୍, ଅଣ୍ଟି ଡକାୟତି ରୁରାଲ୍ ମହାରାଷ୍ଟ୍ର୍ର ସେବା ଓ ମହିଳା ସୁରକ୍ଷା ସେଲ୍ ସେବା ଆରମ୍ଭ କରଥିଲେ ହିମାଂସୁ ରାୟ । ବମ୍ବେ ସ୍ଥିତ ବାସଭବନରେ ରେ ଅପରାହ୍ନ ୧:୪୦ ମିନିଟ୍ରେ ନିଜ ମୁଣ୍ଡକୁ ଗୁଳିକରି ଆତ୍ମହତ୍ୟା କରିଥିବା ଜଣାପଡିଛି । ତେବେ ଏଭଳି ଆତ୍ମହତ୍ୟା ପଦକ୍ଷେପ କାହିଁକି ନେଲେ ହିମାଂସୁ ସମସ୍ତଙ୍କୁ ଚିନ୍ତାରେ ପକେଇଛି । ଏହା ଆତ୍ମହତ୍ୟା ନା କୌଣସି ଚାପରେ ଥିଲେ ଏହି ବରିଷ୍ଠ ଆଇପିଏସ୍ ଅଧିକାରୀ ତାହା ବର୍ତ୍ତମାନ ସନ୍ଦେହ ଘେରରେ ।