ହାଇକୋର୍ଟଙ୍କ ନିର୍ଦ୍ଦେଶ, ଆସନ୍ତାକାଲି ଠାରୁ ହେବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି । ଡିସେମ୍ବରରେ ହେବ ପରବର୍ତ୍ତୀ ଶୁଣାଣି ।

122

କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ପୁରୀ ଶ୍ରୀମନ୍ଦିର ନାଟ ମଣ୍ଡପ ମରାମତି ଆରମ୍ଭ ହେବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏଏସଆଇକୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ୨୪ ତାରିଖ ଠାରୁ ମରାମତି ଆରମ୍ଭ କରିବାକୁ ଚାହୁଁଥିଲା ଏଏସଆଇ । କିନ୍ତୁ ଏହାକୁ ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ ।
ନାଟମଣ୍ଡପ ମରାମତି ଲାଗି ସମସ୍ତ ପ୍ରକାର ସହଯୋଗ ଶ୍ରୀମନ୍ଦିର ପ୍ରଶାସନ ଯୋଗାଇଦେବ । ସେହିଭଳି ମରାମତି କାମର ଅନୁଧ୍ୟାନ କରି ପ୍ରତି ୧୫ ଦିନ ବ୍ୟବଧାନରେ ମରାମତି କାମର ଅଗ୍ରଗତି ବାବଦରେ ହାଇକୋର୍ଟରେ ରିପୋର୍ଟ ଦାଖଲ କରିବେ ଆମିକସ କ୍ୟୁରୀ । ଆସନ୍ତା ଡିସେମ୍ବର ମାସରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ହାଇକୋର୍ଟ ।