ଚୋରୀ ହେଲା ପିଆଜ ! ଟ୍ରକ୍ ରୁ ଚୋରୀ ହୋଇଗଲା ୨୦ ଲକ୍ଷ ଟଙ୍କାର ପିଆଜ ।

597

ଆଜିର ସମୟରେ ପିଆଜର ଦର ଯାହା ବଜାରକୁ ଯାଇ ପିଆଜ ମାଗିବାକୁ ବି ଡର ଲାଗିଲାଣି । ଏବେ ପିଆଜ କିଣିଲେ ପକେଟ୍ କାନ୍ଦୁଛି । ଗୋଟିଏ ପିଆଜକୁ ଅଧଖଣ୍ଡ କରି ଦୁଇଓଳି ପାଇଁ ରୋଷେଇ କରିବାକୁ ପଡୁଛି । ଏଭଳି ସ୍ଥିତିରେ ପିଆଜ କୌଣସି ଅମୂଲ୍ୟ ବସ୍ତୁ ଠାରୁ କିଛି କମ୍ ମନେ ହେଉନାହିଁ । କିଛି କିଛି ସ୍ଥାନରେ ପିଆଜର ବର୍ଦ୍ଧିତ ଦରକୁ ଦେଖି ପିଆଜ ଚୋରୀ ମଧ୍ୟ ହେଉଛି ।

ମହାରାଷ୍ଟ୍ରର ନାସିକରୁ ଉତ୍ତରପ୍ରଦେଶର ଗୋରଖପୁର ଯାଉଥିବା ଗୋଟିଏ ପିଆଜ ବୋଝେଇ ଟ୍ରକ୍ ରୁୁ ସିନେମା ଷ୍ଟାଇଲରେ ଚୋରୀ ହୋଇଛି । ସୂଚନା ଅନୁସାରେ , ଟ୍ରକରେ ପ୍ରାୟ ୨୦ ଲକ୍ଷ ଟଙ୍କାର ପିଆଜ ଥିଲା । ନାସିକର ଜଣେ ବ୍ୟବସାୟୀ ପ୍ରେମ୍ ଚନ୍ଦ୍ ଶୁକ୍ଲା ମଧ୍ୟପ୍ରଦେଶ ଶିବପୁରୀର ଏକ ଟ୍ରାନ୍ସପୋର୍ଟ ବିପକ୍ଷରେ ଏତଲା ଦେଇଛନ୍ତି । ପିଆଜ ବୋଝେଇ ଏହି ଟ୍ରକ୍ ଟି ଗୋରଖପୁର ଯାଉଥିବା ଖବର ମିଳିଛି । ଖବର ଅନୁସାରେ ଡ୍ରାଇଭର୍ ଏବଂ ଟ୍ରକ୍ ଉଭୟଙ୍କ କିଛି ପତ୍ତା ମିଳୁନଥିଲା କିନ୍ତୁ ଜାଞ୍ଚ୍ କରିବା ପରେ ଟ୍ରକ୍ ମିଳିଥିଲା । କିନ୍ତୁ ସେଥିରୁ ପିଆଜ ମିଳିନଥିଲା କି ଡ୍ରାଇଭର୍ ର କିଛି ସୂଚନା ମଧ୍ୟ ମିଳିନଥିଲା ।