କନକ ବ୍ୟୁରୋ :  ଦ କେରଳ ଷ୍ଟୋରୀକୁ ନେଇ ବଲିଉଡ ଅଭିନେତା ନାସିରୁଦ୍ଦିନ ଶାହା ବଡ ବୟାନ ଦେଇଛନ୍ତି । ଫିଲ୍ମର ସଫଳତାକୁ ନେଇ ନାସିରୁଦ୍ଦିନ ପ୍ରଶ୍ନ ଉଠାଇବା ସହ ଏହାକୁ ଏକ ବିପଦପୂର୍ଣ୍ଣ ଟ୍ରେଣ୍ଡ ବୋଲି କହିଛନ୍ତି । ଏହି ଫିଲ୍ମ ଦେଖିବାକୁ ତାଙ୍କର ଟିକିଏ ବି ଇଚ୍ଛା ନାହିଁ । ଏବେଯାଏଁ ଏହି ଫିଲ୍ମ ବାବଦରେ ଅନେକ କିଛି ଶୁଣି ସାରିଲାଣି ଏବଂ ପଢି ସାରିଲିଣି । ନାସିରୁଦ୍ଦିନଙ୍କ ଏଭଳି ବୟାନର କଡା ଜବାବ ରଖିଛନ୍ତି ବିଜେପି ସାଂସଦ ତଥା ଭୋଜପୁରୀ ଅଭିନେତା ମନୋଜ ତିୱାରୀ ।

Advertisment

ମନୋଜ ତିୱାରୀ କହିଛନ୍ତି, ଯଦି ଫିଲ୍ମକୁ ନେଇ ତାଙ୍କର ସମସ୍ୟା ହେଉଛି ତେବେ ସେ କୋର୍ଟ ଯାଇପାରନ୍ତି । ଏହି ଫିଲ୍ମକୁ ମନୋଜ ଖୋଲା ସମର୍ଥନ କରିଛନ୍ତି । ମନୋଜ କହିଛନ୍ତି, ନାସିରୁଦ୍ଦିନ ଜଣେ ଭଲ କଳାକାର । କିନ୍ତୁ ମତ ସ୍ପଷ୍ଟ ନୁହେଁ । କେରଳ ଷ୍ଟୋରୀ ସତ କାହାଣୀକୁ ନେଇ ନିର୍ମାଣ ହୋଇଛି । ଫିଲ୍ମ ଏକ ଏଫଆଇଆର ଉପରେ ଆଧାରିତ । ଯଦି ଆପଣଙ୍କୁ ଫିଲ୍ମକୁ ନେଇ କୌଣସି ସମସ୍ୟା ଅଛି ତେବେ କୋର୍ଟ ଯାଇପାରନ୍ତି । ଦ କାଶ୍ମୀର ଫାଇଲ୍ସ ଏବଂ ଦ କେରଳ ଷ୍ଟୋରୀକୁ ମିଛ ପ୍ରମାଣିତ କରିପାରନ୍ତି । ଫିଲ୍ମକୁ ନେଇ ବିଭିନ୍ନ କଥା କହିବା ସହଜ ।

ଏହାପୂର୍ବରୁ ନାସିରୁଦ୍ଦିନ କହିଥିଲେ, ଆମେ ଏବେ ନାଜି ଜର୍ମାନୀ ଆଡକୁ ଅଗ୍ରସର ହେଉଛୁ । ହିଟଲରଙ୍କ ସମୟରେ ସୁପ୍ରିମ ନେତାଙ୍କ ଜରିଆରେ ଫିଲ୍ମମେର୍କସଙ୍କୁ ନିଯୁକ୍ତ କରାଯାଉଥିଲା । ଯେଉଁମାନେ ନାଜି ସରକାରଙ୍କ ସପକ୍ଷରେ ବିଭିନ୍ନ ଫିଲ୍ମ ନିର୍ମାଣ କରିପାରିବେ । ସେତେବେଳେ ଇହୁଦି ସମୁଦାୟକୁ ନୀଚା ଦେଖାଯାଉଥିଲା । ଜମାର୍ନୀର ଅନେକ ପ୍ରତିଷ୍ଠିତ ଫିଲ୍ମନିର୍ମାତା ଦେଶ ଛାଡି ଚାଲିଯିବା ସହ ହଲିଉଡରେ ଫିଲ୍ମ ନିର୍ମାଣ ଆରମ୍ଭ କରିଥିଲେ । ଏବେ ସେହି ସମାନ ଘଟଣା ଭାରତରେ ଆରମ୍ଭ ହୋଇଛି । ଏବେ କିଛଇ ଫିଲ୍ମକୁ ପ୍ରାୟୋଜିତ ଢଙ୍ଗରେ କରାଯାଉଛି ।