ଆଉ ଏକ ବୁଷ୍ଟର ଡୋଜର ପରୀକ୍ଷଣକୁ ଅନୁମତି, ଭାରତ ବାୟୋଟେକର ନାଜାଲ ବୁଷ୍ଟର ଡୋଜର ପରୀକ୍ଷଣକୁ ଅନୁମତି ଦେଲା ଡିଜିସିଆଇ

84

କନକ ବ୍ୟୁରୋ : ଡ୍ରଗ୍ସ କଣ୍ଟ୍ରୋଲର ଜେନରାଲ ଅଫ ଇଣ୍ଡିଆ ଭାରତ ବାୟୋଟେକର ନାଜାଲ ବୁଷ୍ଟର ଡୋଜର ପରୀକ୍ଷଣକୁ ଅନୁମତି ଦେଇଛନ୍ତି । ଏହି ନାଜାଲ ଭ୍ୟାକ୍ସିନର ବୁଷ୍ଟର ଡୋଜ ଦେଶରେ ଜାରୀ ରହିଥିବା କରୋନା ସଂକ୍ରମଣ ବିରୋଧୀ ଲଢେଇରେ ସାମିଲ ହୋଇପାରେ । ନାକରେ ଦେବାକୁ ପ୍ରସ୍ତୁତ ହେଉଥିବା କରୋନା ଭ୍ୟାକ୍ସିନର ଏହି ବୁଷ୍ଟର ଡୋଜ ଦେଶର ୯ ଟି ସ୍ଥାନରେ ପରୀକ୍ଷଣ ହେଉଛି । କହିରଖୁ କି ଭାରତ ବାୟୋଟେକ ସ୍ୱଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ କରିଥିବା କୋଭାକ୍ସିନ ଟିକା ଏବେ ଦେଶରେ ଚାଲିଥିବା କରୋନା ବିରୋଧୀ ଲଢେଇରେ ବେସ୍ ସହାୟକ ହେଉଥିବା ଦେଖିବାକୁ ମିଳିଛି । ଏବେ କମ୍ପାନୀ ତରଫରୁ ନାକରେ ଦିଆଯାଉଥିବା କରୋନା ନିରୋଧୀ ଟିକା ପ୍ରସ୍ତୁତ କରିବାରେ ଲାଗିଛି ।