ଇତିହାସ ରଚିଲା ନାସା ! ସୂର୍ଯ୍ୟର ଅତି ନିକଟତର ହେଲା ନାସାର ମହାକାଶଯାନ, ପାର୍କର ସୋଲାର୍ ପ୍ରୋବ୍ । 

197

କନକ ବ୍ୟୁରୋ : ସୂର୍ଯ୍ୟର ସବୁଠୁ ଅଧିକ ନିକଟତର ହେଲା ନାସା ପଠାଇଥିବା ମହାକାଶ ଯାନ  । ସୂର୍ଯ୍ୟପୃଷ୍ଠଠାରୁ ପ୍ରାୟ ୨୬.୫୫ ମିଲିଅନ୍ ମାଇଲ୍ ନିକଟକୁ ସର୍ବପ୍ରଥମେ ପହଁଚି ରେକର୍ଡ ସୃଷ୍ଟି କଲା ମହାକାଶଯାନ ପାର୍କର୍ ସୋଲାର୍ ପ୍ରୋବ୍  । ଏନେଇ ନାସା ଟ୍ୱିଟ୍ ଜରିଆରେ ଆନୁଷ୍ଠାନିକ ଘୋଷଣା କରିଛି  । ସେପଟେ ଏହି ମହାକାଶଯାନ ସୂର୍ଯ୍ୟ ଉପରେ ଅଧିକ ଗବେଷଣା କରିବା ଦିଗରେ ମହାକାଶ ବିଜ୍ଞାନୀଙ୍କ ପାଇଁ ନୂଆ ବାଟ ଖୋଲିଦେଇଛି  ।

ସୂର୍ଯ୍ୟର ନିକଟତର ହେଲା ନାସା ସ୍ପେସ୍ କ୍ରାଫ୍ଟ । ୨୬.୫୫ ମିଲିଅନ୍ ମାଇଲ୍ ଦୁରରେ ମହାକାଶଯାନ । ମହାକାଶ କ୍ଷେତ୍ରରେ ଆମେରିକୀୟ ମହାକାଶ ଗବେଷଣା କେନ୍ଦ୍ର ନାସା ରଚିଲା ନୂଆ ଇତିହାସ  । ନାସା ପ୍ରେରଣ କରିଥିବା ମହାକାଶଯାନ ପାର୍କର ସୋଲାର୍ ପ୍ରୋବ୍ ସୂର୍ଯ୍ୟପୃଷ୍ଠର ସର୍ବାଧିକ ନିକଟତର ହୋଇ ରେକର୍ଡ ସୃଷ୍ଟି କରିଛି  । ଏନେଇ ନାସା ପକ୍ଷରୁ ଟ୍ୱିଟ୍ ଜରିଆରେ ବିଧିବଦ୍ଧ ସୂଚନା ଦିଆଯାଇଛି । ସୂର୍ଯ୍ୟକୁ ଛୁଇଁବା ଦିଗରେ ଆଉ କିଛି ପାଦ ଆଗେଇଥିବା ନାସା ପକ୍ଷରୁ କୁହାଯାଇଛି । ଅନ୍ୟପଟେ ବିଶ୍ୱ ମହାକାଶ ବିଜ୍ଞାନୀଙ୍କ ପାଇଁ ସୂର୍ଯ୍ୟ ଉପରେ ଉଚ୍ଚତର ଗବେଷଣା ଦିଗରେ ଖୋଲିଯାଇଛି ରାସ୍ତା  ।

ଜାଣନ୍ତୁ ପାର୍କର ସୋଲାର୍ ପ୍ରୋବର ପୂରା କାହାଣୀ :

୧. ଏହା ସୂର୍ଯ୍ୟର ବାହ୍ୟ ଭାଗ ଓ ବଳୟ ଉପରେ ଗବେଷଣା କରିବ  ।

୨. ସୂର୍ଯ୍ୟର ଅତ୍ୟୁଚ୍ଚ ତାପମାତ୍ରାକୁ ପ୍ରତିହତ୍ କରିବାକୁ ଏଥିରେ ହଟ୍ ସିଲଡ ଲଗାଯାଇଛି  ।

୩. ଏହା ସୂର୍ଯ୍ୟଠାରୁ ୩୮ଲକ୍ଷ ମାଇଲ୍ ଦୁରରେ ରହି ପ୍ରଦକ୍ଷିଣ କରିବ  ।

୪. ପୁରା ମିଶନରେ ଏହା ସୂର୍ଯ୍ୟର ୨୪ଥର ଓ ଶୁକ୍ରର ୬ଥର ପରିକ୍ରମା କରିବ  ।

୫. ଅଗଷ୍ଟ ୧୨, ୨୦୧୮ରେ ଏହାକୁ ମହାକାଶକୁ ପ୍ରେରଣ କରିଥିଲା ନାସା  ।

୬. ସୌର କୋରୋନା ଉପରେ ଗବେଷଣା ଦିଗରେ ଏହା ପ୍ରଥମ ମହାକାଶଯାନ  ।

୭. ଉନ୍ନତ ମାନର ଚିତ୍ର ପାଇଁ ଏଥିରେ ଅତି ଶକ୍ତିଶାଳୀ କ୍ୟାମେରା ଲଗାଯାଇଛି  ।

ଐତିହାସିକ ମିଶନରେ ଆମେରିକୀୟ ମହାକାଶ ଗବେଷଣା କେନ୍ଦ୍ର ନାସା  । ନାସାର ଏହି ସୂର୍ଯ୍ୟ ଅଭିଯାନ ପାଇଁ ୭ବର୍ଷ ସମୟ ଧାର୍ଯ୍ୟ କରାଯାଇଛି  । ଅନ୍ୟପଟେ ପାର୍କର୍ ସୋଲାର୍ ପ୍ରୋବ୍ ଜରିଆରେ ସୂର୍ଯ୍ୟ ସମ୍ପର୍କିତ ନୂଆ ତଥ୍ୟ ଉଜାଗର ହେବା ମହାକାଶ ବିଜ୍ଞାନୀ ଆଶା ବାନ୍ଧିଛନ୍ତି । ତେବେ ନାସାର ଏହି ମହାକାଶଯାନ ସୌର ଗବେଷଣା ଦିଗରେ ଉପାଦେୟ ହେବ ଏଥିରେ ସନ୍ଦେହ ରଖାଯାଇନପାରେ  ।