ପୃଥିବୀ ପାଇଁ ଶୁଭ ଖବର । ପୃଥିବୀ ଆଡକୁ ଆସୁଥିବା ଆଷ୍ଟ୍ରଏଡ୍ ଗୁଡିକର ଦିଗ ବଦଳାଇଦେଲା ନାଶାର ‘ଡାର୍ଟ ମିଶନ୍’

ପୃଥିବୀ ପାଇଁ ଶୁଭ ଖବର । ପୃଥିବୀ ଆଡକୁ ଆସୁଥିବା ଆଷ୍ଟ୍ରଏଡ୍ ଗୁଡିକର ଦିଗ ବଦଳାଇଦେଲା ନାଶାର ‘ଡାର୍ଟ ମିଶନ୍’

କନକ ବ୍ୟୁରୋ: ନାସାକୁ ମିଳିଛି ଏକ ବଡ ସଫଳତା । ଏହାର ସବୁଠାରୁ ବଡ ପ୍ରୋଜେକ୍ଟ ‘ଡାର୍ଟ ମିଶନ୍’ ନିଜ ଉଦ୍ଦେଶ୍ୟରେ ସଫଳ ହୋଇଛି । ପୃଥିବୀକୁ କୌଣସି କ୍ଷତି ହେବାରୁ ବଞ୍ଚାଇବାକୁ ଯାଇ ଏହାର କକ୍ଷ ପଥରେ ଥିବା ସମସ୍ତ ଗ୍ରହାଣୁ ବା ଆଷ୍ଟ୍ରଏଡ୍ ଗୁୁଡିକୁ ଦୂରକୁ ଦୂରେଇ ଦେଇଛି, କହିବାକୁ ଗଲେ ସେଗୁଡିକର ଦିଗ ବଦଳାଇଦେଇଛି ।

ଗତମାସରେ ଜାଣିଶୁଣି ଗୋଟୋଏ ଗ୍ରହାଣୁରେ ଧକ୍କା ଖାଇଥିବା ‘ନାସା’ର ମହାକାଶଯାନ ଉକ୍ତ ଗ୍ରହାଣୁର ପ୍ରାକୃତିକ କକ୍ଷପଥରୁ ଠେଲି ବାହାର କରିବାରେ ସଫଳ ହୋଇଥିବା କଥା ମଙ୍ଗଳବାର ଦିନ ‘ନାସା’ ମୁଖ୍ୟ ଘୋଷଣା କରିଛନ୍ତି। କୌଗଣସି ମହାଜାଗତିକ ବସ୍ତୁର ଗତି ଓଲଟାଇବାରେ ଏହା ପ୍ରଥମ ମାନବୀୟ ସଫଳତା ବୋଲି ମଧ୍ୟ ସେ କହିଛନ୍ତି।

୩୩୦ ନିୟୁତ ଡଲାର୍‌ ବ୍ୟୟରେ ଦୀର୍ଘ ୭ ବର୍ଷ ଧରି ନିର୍ମାଣ ହୋଇଥିବା ‘ପ୍ରଫ୍‌-ଅଫ୍‌-କନ୍‌ସେପ୍ଟ୍‌’ ‘ଡାର୍ଟ ମିସନ୍‌’ର ସଫଳତା ଭବିଷ୍ୟତରେ ମଧ୍ୟ ପୃଥିବୀକୁ ଗ୍ରହାଣୁ ଧକ୍କାରୁ ରକ୍ଷା କରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି।

ମହାକାଶଯାନ ‘ଡାର୍ଟ’ର ମହାଜାଗତିକ ଲକ୍ଷ୍ୟ ଥିଲା ଫୁଟ୍‌ବଲ୍‌ ଷ୍ଟାଡିୟମ୍‌ ଆକାରର ‘ଡାଇମୋଫୋସ୍‌’ ନାମକ ଗୋଟାଏ ଡିମ୍ବାକୃତି ଗ୍ରହାଣୁ। ଏହି ଗ୍ରହାଣୁଟି ପ୍ରତି ୧୧ ଘଣ୍ଟା ୫୫ ମିନିଟ୍‌ରେ ତା’ଠାରୁ ୫ଗୁଣ ବଡ଼ ‘ଡିଡାଇମସ୍’ ନାମରେ ଆଉ ଏକ ଗ୍ରହାଣୁକୁ ପରିକ୍ରମା କରୁଛି। ଘଣ୍ଟାପ୍ରତି ୨୨,୫୩୧ କିଲୋମିଟର୍‌ ବେଗରେ ମହାକାଶଯାନ ‘ଡାର୍ଟ’ ତାକୁ ଧକ୍କା ଦେଇ ତା’ର କକ୍ଷପଥ ପରିବର୍ତ୍ତନ କରିବାରେ ସଫଳ ହୋଇଛି। ଫଳରେ ତା’ର ପରିକ୍ରମଣ ସମୟ ଅନ୍ୟୂନ ୧୦ ମିନିଟ୍‌ ହ୍ରାସ ପାଇଛି ବୋଲି ‘ନାସା’ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe