ଆମେରିକା ସ୍ପେଶ୍ ଏଜେନ୍ସୀ ନାସା ମଙ୍ଗଳବାର ଚିନ୍ତା ଜାହିର କରି କହିଛି ଭାରତ ଦ୍ୱାରା କରାଯାଇଥିବା ଆଣ୍ଟି ସାଟେଲାଇଟ୍ ମିସାଇଲ୍ ପରୀକ୍ଷଣ କାରଣରୁ ଅନ୍ତରୀକ୍ଷରେ ୪୦୦ ଟୁକୁଡା ପଥର ଦେଖିବାକୁ ମିଳିଛି । ଯେଉଁ କାରଣରୁ ଅନ୍ତରାଷ୍ଟ୍ରୀୟ ସ୍ପେଶ୍ ଷ୍ଟେସନ୍ ରେ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡିଛି । ନାସା ତରଫରୁ ଏହି କଥାକୁ ପ୍ରମୁଖ ଜିମ୍ ବ୍ରିଡେନଷ୍ଟାଇନ୍ କହିଛନ୍ତି । ସେ କହିଛନ୍ତି ଯେ ଏହି ଟୁକୁଡା ଏତେ ବଡ ନୁହଁ ଯେ ତାକୁ ଟ୍ରେକ୍ କରାଯାଇପାରିବ । ସେ କହିଛନ୍ତି ଯେ ଏହି ପଥରଖଣ୍ଡ ଉପରେ ଆମର ନଜର ରହିଛି ବଡ ପଥରକୁ ଆମେ ଟ୍ରେକ୍ କରୁଛୁ । ଏହିଭଳି ୬୦ ଟି ଟୁକୁଡା ସାମ୍ନାକୁ ଆସିଛି । ସେ କହିଥିଲେ ଯେ ଏହିଭଳି ୨୪ ଟି ଟୁକୁଡା ଇଣ୍ଟରନ୍ୟାସନାଲ୍ ସ୍ପେଶ୍ ଷ୍ଟେସନ୍ ଉପରକୁ ଚାଲିଯାଇଛି ।

Advertisment

publive-image

ବ୍ରିଡେନଷ୍ଟାଇନ୍ କହିଛନ୍ତି ଏହା ଅତ୍ୟନ୍ତ ଭୟାନକ । ଏହି କାରଣରୁ ପଥର ଅନ୍ତରରାଷ୍ଟ୍ରୀୟ ସ୍ପେଶ୍ ଷ୍ଟେସନରୁ ମଧ୍ୟ ଉପରକୁ ଚାଲିଯାଇଛି । ଏହି କାରଣରୁ ଭବିଷ୍ୟରେ ମଣିଷକୁ ଅନ୍ତରୀକ୍ଷରେ ପଠାଇବା ମୁସ୍କିଲ୍ ହୋଇଯିବ । ସେ କହିଥିଲେ,ଆମେରିକା ସେନା ଏହିଭଳି ପଥର ଖଣ୍ଡକୁ ଅନ୍ତରୀକ୍ଷରେ ଟ୍ରେକ୍ କରିଥାଏ । ସେନା ଏବେ ୧୦ ସେ.ମି. ରୁ ବଡ ୨୩ ହଜାର ଅବଜେକ୍ଟକୁ ଟ୍ରେକ୍ କରିଥାଏ ଯେଉଁଥିରୁ ୧୦ ହଜାର ଟୁକୁଡା ସ୍ପେଶ୍ ପଥରର ଆଂଶ ରହିଛି ।