କନକ ବ୍ୟୁରୋ : କେମିତି ଦେଖାଯାଉଛି ବ୍ରହ୍ମାଣ୍ଡ । ଖୋଲିବ ବ୍ରହ୍ମାଣ୍ଡର ରହସ୍ୟ । ଆମେରିକା ମହାକାଶ ଗବେଷଣା ଏଜେନ୍ସି ନାସା ପକ୍ଷରୁ ବିଶ୍ୱ ବ୍ରହ୍ମାଣ୍ଡର ପ୍ରଥମ ରଙ୍ଗୀନ ଫଟୋ ଜାରି କରାଯାଇଛି । ପୃଥିବୀ କକ୍ଷପଥରେ ଅବସ୍ଥାପିତ କରାଯାଇଥିବା, ଦୁନିଆର ସବୁଠାରୁ ବଡ଼ ଓ ଶକ୍ତିଶାଳୀ ମହାକାଶ ଦୂରବୀକ୍ଷଣ ‘ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ୍’ ଦ୍ୱାରା ବ୍ରହ୍ମାଣ୍ଡର ପ୍ରଥମ ରଙ୍ଗୀନ ଫଟୋଚିତ୍ର ଉତୋଳନ କରାଯାଇଛି ।

Advertisment

ଏହାକୁ ବ୍ରହ୍ମାଣ୍ଡର ସବୁଠାରୁ ଉଚ୍ଚମାନର ତଥା ହାଇ ରିଜୋଲ୍ୟୁସନ୍ ଚିତ୍ର ବୋଲି କୁହାଯାଉଛି । ଏହି ଫଟୋ ପ୍ରାୟ ୧୩ ବିଲିୟନ ବର୍ଷ ପୁରୁଣା ୟୁନିଭର୍ସର । ଜେମ୍ସ ୱେବ ସ୍ପେସ୍ ଟେଲିସ୍କୋପ ହେଉଛି ମହାକାଶରେ ଉତକ୍ଷେପଣ କରାଯାଇଥିବା ସବୁଠାରୁ ଶକ୍ତିଶାଳୀ ଟେଲିସ୍କୋପ । ପାଖାପାଖି ୧ ହଜାର କୋଟି ଡଲାର ଖର୍ଚ୍ଚରେ ତିଆରି ହୋଇଥିବା ଏହି ଟେଲିସ୍କୋପ ଯେଉଁ ଫଟୋ ଉତୋଳନ କରିଛି, ସେଥିରେ ବ୍ରହ୍ମାଣ୍ଡର ସବୁଠାରୁ ସ୍ପଷ୍ଟ ଦୃଶ୍ୟ ଦେଖିବାକୁ ମିଳିଛି ।

ଏଥିରେ ହଜାର ହଜାର ସଂଖ୍ୟାରେ ଗ୍ୟାଲେକ୍ସି ଏବଂ ରଙ୍ଗୀନ ମହାକାଶୀୟ ବସ୍ତୁକୁ ଦେଖିବାକୁ ମିଳିଛି । ସେଗୁଡିକ କେମିତି ଭାଙ୍ଗିହେଉଛି ଏବଂ ପୁଣି ଥରେ ଗଢି ହେଉଛନ୍ତି, ତାର ଚିତ୍ର ସାମ୍ନାକୁ ଆସିଛି । ବ୍ରହ୍ମାଣ୍ଡ କେବେଠୁ ସୃଷ୍ଟି ହୋଇଛି, ତାର ରହସ୍ୟ ଖୋଲିପାରେ ବୋଲି ଆଶା କରାଯାଉଛି । ପୂର୍ବରୁ ବିଗ୍ ବ୍ୟାଙ୍ଗ ଥିଓରିରୁ ଯେଉଁ ତଥ୍ୟ ସାମ୍ନାକୁ ଆସିଥିଲା ଯେ, ୧୩.୭ ବିଲିୟନ ବର୍ଷ ପୂର୍ବରୁ ବ୍ରହ୍ମାଣ୍ଡର ସୃଷ୍ଟି ହୋଇଥିଲା । ତେବେ ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପର ଫଟୋ ଅନେକ ରହସ୍ୟ ସାମ୍ନାକୁ ଆଣିପାରେ ।

ଖୋଲିବ ବ୍ରହ୍ମାଣ୍ଡର ରହସ୍ୟ !

- ବିଶ୍ୱ ବ୍ରହ୍ମାଣ୍ଡର ପ୍ରଥମ ରଙ୍ଗୀନ ଫଟୋ ଜାରି କରିଛି ନାସା
- ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ୍ ଏହି ଫଟୋ ପଠାଇଛି
- ଏହା ବ୍ରହ୍ମାଣ୍ଡର ସବୁଠାରୁ ଉଚ୍ଚମାନର ଚିତ୍ର
- ଏହି ଫଟୋ ପ୍ରାୟ ୧୩ ବିଲିୟନ ବର୍ଷ ପୁରୁଣା ୟୁନିଭର୍ସର
- ଏଥିରେ ହଜାର ହଜାର ସଂଖ୍ୟାରେ ଗ୍ୟାଲେକ୍ସି ଦେଖିବାକୁ ମିଳିଛି
- ଅନେକ ରଙ୍ଗୀନ ମହାକାଶୀୟ ବସ୍ତୁକୁ ଦେଖିବାକୁ ମିଳିଛି
- ବ୍ରହ୍ମାଣ୍ଡ କେବେଠୁ ସୃଷ୍ଟି ହୋଇଛି, ତାର ରହସ୍ୟ ଖୋଲିପାରେ