ସ୍ପେଶ୍ ଷ୍ଟେସନଠାରୁ ନାସାର ଯୋଗାଯୋଗ ବିଚ୍ଛିନ୍ନ । ରୁଷକୁ ମାଗିଲା ସହାୟତା, ନାସାରେ ବିଦ୍ୟୁତ୍ ସରବରାହ ବ୍ୟାହତ ଯୋଗୁଁ ହଇଚଇ ।

Advertisment
ସ୍ପେଶ୍ ଷ୍ଟେସନଠାରୁ ନାସାର ଯୋଗାଯୋଗ ବିଚ୍ଛିନ୍ନ । ରୁଷକୁ ମାଗିଲା ସହାୟତା, ନାସାରେ ବିଦ୍ୟୁତ୍ ସରବରାହ ବ୍ୟାହତ ଯୋଗୁଁ ହଇଚଇ ।

କନକ ବ୍ୟୁରୋ: ମଙ୍ଗଳବାର ନାସା କଣ୍ଟ୍ରୋଲ ରୁମରେ ବିଦ୍ୟୁତ୍ ସରବାରାହ ବ୍ୟାହତ ହେବାରୁ ସ୍ପେଶ୍ ଷ୍ଟେସନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଫଳରେ ସ୍ପେଶ୍ଷ୍ଟେସନ ଯାଇଥିବା ଆମେରିକାର ୭ ଜଣ ମହାକାଶଚାରୀଙ୍କ ସହ କୌଣସି ସମ୍ପର୍କ ସ୍ଥାପନ କରାଯାଇପାରିନଥିଲା । ଏପରିସ୍ଥଳେ ଋଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ ବିବାଦ ଲାଗିଥିଲେ ବି ୠଷ ସ୍ପେଶ୍ ଏଜେନ୍ସିଠାରୁ ସହଯୋଗ ମାଗିଥିଲା ନାସା ।

ହ୍ୟୁଷ୍ଟନ ଜନସନ୍ ସ୍ପେଶ୍ ସେଣ୍ଟରର ମରାମତି କାମ ଚାଲୁଥିବାରୁ ବିଦ୍ୟୁତ୍ ଯୋଗଯୋଗ ବିଚ୍ଛନ୍ନ ହୋଇଥିଲା । ଫଳରେ ଉଭୟ ସ୍ପେଶ୍ ଷ୍ଟେସନ ଓ ମହାକାଶଚାରୀ ବିପଦରେ ଥିଲେ । ହେଲେ ଋଷ ସ୍ପେଶ୍ ଏଜେନ୍ସିଠାରୁ ସହଯୋଗ ମିଳିବା ପରେ ୯୦ ମିନିଟ ପରେ ମହାକାଶଚାରୀଙ୍କ ସହ ଯୋଗାଯୋଗ କରାଯାଇପାରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe