ଆସନ୍ତାବର୍ଷ ଜାନୁଆରୀରେ ନାସାର ମିଶନ ମୁନ୍ : ଘୋଷଣା ହେଲା ୧୦ ମହାକାଶ ଯାତ୍ରୀଙ୍କ ନାମ; ତାଲିକାରେ ଭାରତୀୟ ବଂଶୋଦ୍ଭବ

ଚନ୍ଦ୍ରରେ ପହଂଚିଲେ ସେ ହେବେ ପ୍ରଥମ ଭାରତୀୟ

120

କନକ ବ୍ୟୁରୋ : ଆମେରିକାର ମହାକାଶ ସଂସ୍ଥା ନାସା ନିଜର ମୁନ୍ ମିଶନ ପାଇଁ ୧୦ ଜଣ ମହାକାଶ ଯାତ୍ରୀଙ୍କ ନାମ ଘୋଷଣା କରିଛି । ଏହି ତାଲିକାରେ ରହିଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ । ତାଙ୍କ ନାମ ଅନୀଲ ମେନନ । ଆମେରିକା ବାୟୁସେନାରେ ସେ ଏବେ ଲେଫ୍ଟନାଂଟ କର୍ନେଲ ରହିଛନ୍ତି । ସେ ୨୦୨୧ ଅଷ୍ଟ୍ରୋନଟ୍ କ୍ସାର ଏକ ଅଂଶ । ମୋଟ୍ ୧୦ ଜଣ ମହାକାଶ ଯାତ୍ରୀଙ୍କ ମଧ୍ୟରେ ୬ ଜଣ ପୁରୁଷ ଏବଂ ୪ ଜଣ ମହିଳା ରହିଛନ୍ତି ।

ଏହି ମିଶନ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । କାରଣ ଏଯାବତ କୌଣସି ଭାରତୀୟ ମହାକାଶରେ ପହଂଚି ନାହାନ୍ତି । ଯଦି ଅନୀଲ ମେନନ ମିଶନ ମୁନରେ ଯାଇ ସଫଳ ହେବେ ତାହେଲେ ସେ ଚନ୍ଦ୍ରକୁ ଯିବାରେ ପ୍ରଥମ ଭାରତୀୟ ହେବେ । ଅନୀଲଙ୍କ ମା ଭାରତର ହୋଇଥିବା ବେଳେ ବାପା ୟୁକ୍ରେନର । ସେ ଆମେରିକାରେ ପାଠ ପଢିଛନ୍ତି । ନାସାର ଅନେକ ଅଭିଯାନରେ କ୍ରୁ ଫ୍ଲାଇଟର ସଜ ର୍ନ ଭାବରେ ତାଙ୍କର ଅଭିଜ୍ଞତା ରହିଛି ।