ଶୁଣାଗଲା ମଙ୍ଗଳ ଗ୍ରହର ସ୍ୱର । ପର୍ସିଭିୟରେନ୍ସ ରୋଭର ଦ୍ୱାରା ସଂଗ୍ରହ କରାଯାଇଥିବା ଅଡିଓ ଜାରି କଲା ନାସା ।

320

କନକ ବ୍ୟୁରୋ: ଶୁଣାଗଲା ମଙ୍ଗଳ ଗ୍ରହର ସ୍ୱର । ଆମେରିକାର ମହାକାଶ ବିଜ୍ଞାନ ସଂସ୍ଥା ନାସା ଏନେଇ ଏକ ଅଡିଓ କ୍ଲିପ ଜାରି କରିଛି । ଏହି ଅଡିଓ ପର୍ସିଭିୟରେନ୍ସ ରୋଭର ଦ୍ୱାରା ସଂଗ୍ରହ କରାଯାଇଛି । ଯେଉଁଥିରେ ପବନର ଶବ୍ଦ ରେକର୍ଡ କରାଯାଇଛି । ମଙ୍ଗଳ ଗ୍ରହରେ ନାସା ଦ୍ୱାରା ପ୍ରେରିତ ମଙ୍ଗଳ ଯାନର ରୋଭର ଅବତରଣ ବେଳର ଶବ୍ଦ ସଂଗ୍ରହ କରିଛି ନାସା ।

ରୋଭର ଦ୍ୱାରା ରେକର୍ଡ କରାଯାଇଥିବା ଶବ୍ଦକୁ ସାର୍ବଜନୀନ କରିଛି ନାସା । ରିଲିଜ ହୋଇଥିବା ୩ମିନିଟ ୨୫ସେକେଣ୍ଡର ଭିଡିଓ କ୍ଲିପରେ ମଙ୍ଗଳ ପୃଷ୍ଠରେ ରୋଭର ଅବତରଣ କରୁଥିବା ବେଳର ଶବ୍ଦ ରହିଛି । ରୋଭର ମଙ୍ଗଳ ପୃଷ୍ଠ ଛୁଇଁବାର ୨୦ମିଟର ଉଚ୍ଚରେ ଥିବାବେଳେ ପବନ ବୋହୁଥିବାର ଶବ୍ଦ ଏଥିରେ ରେକର୍ଡ ହୋଇଛି । ଏହାସହ ମଙ୍ଗଳ ଅଭିଯାନରେ ନାସା ଆଉ ଏକ ସଫଳତା ହାସଲ କରିଛି ।