ଲାଣ୍ଡର ବିକ୍ରମ ନେଇ ମଉଳୁଛି ଆଶା: ପୁନଃ ଯୋଗାଯୋଗ ସମ୍ଭାବନା କ୍ଷୀଣ ବୋଲି କହିଲେ ବିଶେଷଜ୍ଞ

Advertisment
ଲାଣ୍ଡର ବିକ୍ରମ ନେଇ ମଉଳୁଛି ଆଶା: ପୁନଃ ଯୋଗାଯୋଗ ସମ୍ଭାବନା କ୍ଷୀଣ ବୋଲି କହିଲେ ବିଶେଷଜ୍ଞ

କନକ ବ୍ୟୁରୋ: ଲାଣ୍ଡର ବିକ୍ରମକୁ ପୁଣି ଥରେ ଉଠାଇବା ପାଇଁ ଆଉ ୨ ସପ୍ତାହ ଅପେକ୍ଷା କରିବା କଥା କୁହାଯାଉଥିବା ବେଳେ ଇସ୍ରୋର ବରିଷ୍ଠ ବୈଜ୍ଞାନିକ ଜାଣି ସାରିଲେଣି ଯେ ଚନ୍ଦ୍ରପୃଷ୍ଠରେ ଆଉ ବିକ୍ରମକୁ କାର୍ଯ୍ୟକ୍ଷମ ସହଜ ନୁହେଁ । ଅବତରଣ ବିଫଳତା ନେଇ ଗଠିତ ବିଶେଷଜ୍ଞ ଦଳ ସ୍ୱୟଂ ଚାଳିତ ଅବତରଣ ପ୍ରୋଗ୍ରାମ- ଏଏଲପିର ତ୍ରୁଟି ଥିବା ମନେ କରୁଛନ୍ତି । ୧୪୭୧ କିଲୋଗ୍ରାମ ଓଜନର ବିକ୍ରମ ଏବଂ ତା ମଧ୍ୟରେ ୨୭ କିଲୋଗ୍ରାମର ରୋଭର ପ୍ରଜ୍ଞାନକୁ ନେଇ ଲାଣ୍ଡର ଘଂଟାକୁ ପ୍ରାୟ ୨୦୦ କିଲୋମିଟର ବେଗରେ ଖସୁଥିବା ବେଳେ ନିୟନ୍ତ୍ରଣ ହରାଇବା ପରେ ଚନ୍ଦ୍ରପୃଷ୍ଠରେ ଏହା ସୁରକ୍ଷିତ ରହିବା ସମ୍ଭାବନା କମ୍ ବୋଲି ବିଶେଷଜ୍ଞ ମତ ରଖିଛନ୍ତି ।

publive-image

ବିକ୍ରମର ଫଟୋକୁ ଅନୁଧ୍ୟାନ କରିଥିବା ବିଜ୍ଞାନୀଙ୍କ କହିବା କଥା, ଛବିଟି ବିକ୍ରମର ଛାଇ ପରି ମନେହେଉଛି । ଅର୍ଥାତ ଲାଣ୍ଡରଟି ନିଜ ଗୋଡରେ ଠିଆ ହୋଇ ନାହିଁ । ଏହାର ଦୁଇଟି ଗୋଡ ଆଗକୁ ବଢିଯାଇଥିବା ପରି ଦେଖାଯାଉଛି । ତେଣୁ ବିକ୍ରମ ଓଲଟା ପଡିଛି ବା ଢଳିବା ଅବସ୍ଥାରେ ରହିଛି । ଅନ୍ୟଜଣେ ବିଜ୍ଞାନୀଙ୍କ ମତରେ ବିକ୍ରମ ଚନ୍ଦ୍ରପୃଷ୍ଠ ଛୁଇଁବା ଆଗରୁ ପ୍ରାୟ ୧୦ କିଲୋମିଟର ଦୂରରୁ ବୁଲିଯାଇଥିଲା ଏବଂ ପ୍ରାୟ ୩୩୦ ମିଟର ଉଚ୍ଚରୁ ସଂପର୍କ ହରାଇଥିଲା । ତେଣୁ ଓଲଟିଯାଇଥିବା ବିକ୍ରମ ପାଇଁ ଦିଆଯାଇଥିବା ବ୍ରେକ୍ ଗତିବଢାଇବାରେ ସହାୟକ ହେଲା । ଫଳରେ ଲାଣ୍ଡରଟି ଧିରେ ହେବା ବଦଳରେ ଦ୍ରୁତବେଗରେ ଯାଇ ଚନ୍ଦ୍ରପୃଷ୍ଠରେ ମାଡ ହେଲା । ହିସାବ ଅନୁସାରେ ଏହି ସମୟରେ ଏହାର ଘଂଟାକୁ ବେଗ ୨ଶହ କିଲୋମିଟର ବା ତାଠୁ ଅଧିକ ଥିଲା ବୋଲି କହିଛନ୍ତି ବିଜ୍ଞାନୀ ।

publive-image

ଅନ୍ୟଏକ ମତ ଅନୁସାରେ ଧକ୍କା ଯୋଗୁ ବିକ୍ରମର ଗୋଡ ଭାଙ୍ଗି ଯାଇଥିଲେ, ଏହା ପ୍ରଭାବ ସେଥିରେ ଖଂଜା ଯାଇଥିବା କମ୍ପ୍ୟୁଟର ଉପରେ ମଧ୍ୟ ପଡିଥିବା ଏବଂ ଏହା ଏବେ ଅକାମୀ ହୋଇଯାଇଥିବ, ତେଣୁ ଆଉ ଯୋଗାଯୋଗ ସମ୍ଭାବନା କ୍ଷୀଣ । ଅନ୍ୟପଟେ ଚନ୍ଦ୍ରଯାନ-୨ ଅର୍ବିଟରଠାରୁ ଖୁସି ଖବର ମିଳିଛି । ଏହା ସଠିକ ଭାବରେ କାମ କରୁଛି ଏବଂ ନିୟମିତ ଚନ୍ଦ୍ରପୃଷ୍ଠର ଫଟୋ ପଠାଉଛି । ମିଳିଥିବା ସୂଚନା ଅନୁସାରେ ଏଥିରେ ଯୋଡାଯାଇଥିବା ଅନ୍ୟାନ୍ୟ ବୈଜ୍ଞାନିକ ଗବେଷଣା ଯନ୍ତ୍ରପାତି ବା ପେଲୋଡ ସଠିକ ଭାବରେ କାମ କରୁଛନ୍ତି । ଏନେଇ ଇସ୍ରୋ ସୂଚନା ଦେଇଛି । ତେଣୁ ଅର୍ବିଟର ଜରିଆରେ ଆଶା କରାଯାଉଥିବା ଗବେଷଣା ଠିକ୍ ଭାବରେ ଚାଲିଛି ଏବଂ ବିକ୍ରମ ସଂପର୍କରେ ଅଧିକ ଅନୁଧ୍ୟାନ ଚାଲିଥିବା ଟ୍ୱିଟ୍ରେ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe